ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ ‘ଡିଫଲ୍ଟ ଆଡମିନିଷ୍ଟ୍ରେଟର’ ରହିବା ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଲା; ନିଜେ କରି ନଥିବା ଆପତ୍ତିଜନକ ପୋଷ୍ଟିଂ ପାଇଁ ୫ ମାସ ହେଲାଣି ଜେଲ୍‌ରେ

ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ ‘ଡିଫଲ୍ଟ ଆଡମିନିଷ୍ଟ୍ରେଟର’ ରହିବା ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଲା; ନିଜେ କରି ନଥିବା ଆପତ୍ତିଜନକ ପୋଷ୍ଟିଂ ପାଇଁ ୫ ମାସ ହେଲାଣି ଜେଲ୍‌ରେ

ଭୋପାଳ (ମଧ୍ୟପ୍ରଦେଶ): ଗୋଟିଏ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ ‘ଡିଫଲ୍ଟ ଆଡମିନିଷ୍ଟ୍ରେଟର’ ରହିବା ଜନୈକ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିନା କୌଣସି ଦୋଷରେ ଏବଂ ନିଜେ କୌଣସି ଅପରାଧ କରି ନଥିବା ସତ୍ତ୍ୱେ ଯୁବକ ଜଣକ ଗତ ପାଞ୍ଚ ମାସ ହେଲାଣି ଜେଲ୍‌ ମଧ୍ୟରେ ବନ୍ଦୀ ଜୀବନ କାଟୁଛନ୍ତି ବୋଲି ତାଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି।

publive-image

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଇଞ୍ଜିନିୟରିଂର ବି.ଟେକ୍‌ ଶ୍ରେଣୀରେ ପଢ଼ୁଥିବା ଜୁନେଦ୍‌ ନାମକ ଜନୈକ ଯୁବକଙ୍କୁ ମଧ୍ୟପ୍ରଦେଶ ପୁଲିସ୍‌ ଗତ ଫେବ୍ରୁଆରି ୧୫ ତାରିଖରେ ଆଇଟି ଆକ୍ଟ ଓ ଆଇପିସିର ଧାରା ୧୨୪ ଏ ବଳରେ ଗିରଫ କରିଥିଲା। ଇର୍‌ଫାନ୍‌ ନାମକ ଜନୈକ ଯୁବକ ଏକ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ ସୃଷ୍ଟି କରିଥିଲା। ଇର୍‌ଫାନ୍‌ର ଏହି ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ ‘ଡିଫଲ୍ଟ ଆଡମିନିଷ୍ଟ୍ରେଟର’ ଥିଲା ଜୁନେଦ୍‌। ତେବେ, ଇର୍‌ଫାନ୍‌ ଏହି ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ କିଛି ଆପତ୍ତିଜନକ ପୋଷ୍ଟିଂ କରି ତାହାକୁ ଅନ୍ୟମାନଙ୍କୁ ଫରଓ୍ଵାର୍ଡ କରିଦେବା ପରେ ନିଜକୁ ଏହି ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ର ଆଡମିନିଷ୍ଟ୍ରେଟରରୁ ଡିଲିଟ୍‌ କରି ଦେଇଥିଲା। ତେବେ, ଇର୍‌ଫାନ୍‌ର ଏହି ଆପତ୍ତିଜନକ ହ୍ଵାଟସ୍‌ଆପ୍‌ ପୋଷ୍ଟିଂକୁ ବିବାଦ ସୃଷ୍ଟି ହେବା ସହ ଯେତେବେଳେ ପୁଲିସ୍‌ରେ ଅଭିଯୋଗ ହେଲା ସେତେବେଳକୁ ଇର୍‌ଫାନ୍‌ ଆଉ ଏହି ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ର ଆଡମିନିଷ୍ଟ୍ରେଟର ନଥିଲା। ପୁଲିସ୍‌ ତଦନ୍ତ କରି ଜୁନେଦ୍‌ ଏହି ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ର ‘ଡିଫଲ୍ଟ ଆଡମିନିଷ୍ଟ୍ରେଟର’ ଥିବା ଜାଣିବାକୁ ପାଇବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜୁନେଦ୍‌ର ଜାମିନ୍‌ ନାମଞ୍ଜୁର ହୋଇଯିବା ପରେ ସେ ଗତ ପାଞ୍ଚ ମାସ ଧରି ଜେଲରେ ବନ୍ଦୀ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe