ନକାରାତ୍ମକ ରାଜନୀତିର ପରାଜୟ: ରାହୁଲ

କେରଳର ୱାୟନାଡ଼ ଲୋକସଭା ଆସନ ଛାଡିପାରନ୍ତି ରାହୁଲ

ନୂଆଦିଲ୍ଲୀ: ୭ ରାଜ୍ୟର ୧୩ ବିଧାନସଭା ଉପନିର୍ବାଚନରେ ଇଣ୍ଡି ମେଣ୍ଟର ବିପୁଳ ବିଜୟକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିବା ସହ ବିଜେପିର ଅହଂକାର, କୁଶାସନ ଏବଂ ନକାରାତ୍ମକ ରାଜନୀତିର ପରାଜୟ ହୋଇଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଉପନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଜନୈତିକ ବିଶ୍ୱସନୀୟତା ହ୍ରାସର ଦୃଢ଼ ପ୍ରମାଣ ଦେଉଛି। ୧୩ଟି ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ହୋଇଥିବା ବେଳେ ଇଣ୍ଡି ମେଣ୍ଟ ୧୦ଟି ବିଧାନସଭା ଆସନ ଜିତିଥିବା ବେଳେ ବିଜେପି ୨ଟି ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।

ବିଧାନସଭା ଉପନିର୍ବାଚନର ସକାରାତ୍ମକ ଫଳାଫଳ ପାଇଁ ଆମେ ଜନସାଧାରଣଙ୍କ ଆଗରେ ନତମସ୍ତକ ବୋଲି ରାହୁଲ କହିଛନ୍ତି। ସେ କହିଛନ୍ତି, ପ୍ରତିକୂଳ ପରିସ୍ଥିତିରେ କଠିନ ପରିଶ୍ରମ ଓ ପ୍ରୟାସ ପାଇଁ ଆମେ ସମସ୍ତ କଂଗ୍ରେସ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛୁ। ଏହି ବିଜୟ ଦର୍ଶାଉଛି ଯେ ବିଜେପପିର ନକାରାତ୍ମକ ରାଜନୀତିକୁ ଜନତା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ବୁଣିଥିବା ଭୟ ଓ ଦ୍ୱନ୍ଦ୍ୱର ଜାଲ ଭାଙ୍ଗିଯାଇଛି ଏବଂ ଆଗକୁ ମଧ୍ୟ ବିଜେପିକୁ କଡ଼ା ଜବାବ ମିଳିବ ବୋଲି ସେ କହିଛନ୍ତି। କୃଷକ, ଯୁବକ, ଶ୍ରମିକ, ବ୍ୟବସାୟୀଙ୍କ ସମେତ ପ୍ରତ୍ୟେକ ବର୍ଗ ଏକଛତ୍ରବାଦକୁ ସମ୍ପୂର୍ଣ୍ଣ ନଷ୍ଟ କରି ନ୍ୟାୟର ଶାସନ ପ୍ରତିଷ୍ଠା କରିବାକୁ ଚାହୁଛନ୍ତି। ଜନସାଧାରଣ ଏବେ ସେମାନଙ୍କ ଜୀବନର ଉନ୍ନତି ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଇଣ୍ଡି ମେଣ୍ଟ ସହିତ ସମ୍ପୂର୍ଣ୍ଣ ଭାବେ ରହିଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe