ତ୍ରୁଟିଯୁକ୍ତ ‘ଆଇସିଏମ୍‌ଆର୍’ କିଟ୍ ଯୋଗୁଁ କୋଭିଡ୍-୧୯ ପରୀକ୍ଷା ବିଳମ୍ବ ହେଉଛି: ପଶ୍ଚିମବଙ୍ଗ ସରକାର

Advertisment
ତ୍ରୁଟିଯୁକ୍ତ ‘ଆଇସିଏମ୍‌ଆର୍’ କିଟ୍ ଯୋଗୁଁ କୋଭିଡ୍-୧୯ ପରୀକ୍ଷା ବିଳମ୍ବ ହେଉଛି: ପଶ୍ଚିମବଙ୍ଗ ସରକାର

Image Source: Hindustan Times

କୋଲ୍‌କାତା: ‘ଆଇସିଏମ୍‌ଆର୍‌-ଏନ୍‌ଆଇସିଇଡି’ ତ୍ରୁଟିଯୁକ୍ତ କୋଭିଡ୍-୧୯ ପରୀକ୍ଷା କିଟ୍ ଯୋଗାଇଛନ୍ତି ବୋଲି  ମମତା ବାନାର୍ଜୀ ସରକାର ଅଭିଯୋଗ କରିଛନ୍ତି। ସେହି କାରଣରୁ ହିଁ ପଶ୍ଚିମବଙ୍ଗରେ ସ୍ବଳ୍ପ ପରିମାଣରେ କୋଭିଡ୍-୧୯ ନମୁନା ପରୀକ୍ଷା ବିଳମ୍ବ ହେଉଛି। ଏଠାରେ ପ୍ରକାଶଯୋଗ୍ୟ ଯେ ସ୍ବଳ୍ପ ପରିମାଣର କୋଭିଡ୍-୧୯ ପରୀକ୍ଷା କରାଉଥିବା କାରଣରୁ ପଶ୍ଚିମବଙ୍ଗ ସରକାର ସମାଲୋଚିତ ହୋଇଛନ୍ତି।

ରବିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଟୁଇଟ୍‌ କରି କହିଛି ଯେ କୋଲକାତାର ‘ଆଇସିଏମ୍ଅ୍ରାର୍-ଏନ୍ଆଇସିଇଡି’ ଯୋଗାଇ ଦେଇଥିବା ତ୍ରୁଟିଯୁକ୍ତ ଟେଷ୍ଟ୍‌ କିଟ୍ ଯୋଗୁଁ ଅନେକ ଥର ନମୁନାଗୁଡ଼ିକୁ ପରୀକ୍ଷା କରିବାକୁ ପଡୁଛି ଫଳରେ ବିଳମ୍ବ ହେଉଛି।

କୋଲକାତାର ‘ଆଇସିଏମ୍ଅ୍ରାର୍-ଏନ୍ଆଇସିଇଡି’ ହେଉଛି ପୂର୍ବ ଭାରତ‌ ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଞ୍ଚଳିକ ଭୂତାଣୁ ଗବେଷଣା ନିଦାନ ପରୀକ୍ଷାଗାର।

publive-image Image Source: India Today

‘ଏନ୍ଆଇସିଇଡି’ର ନିର୍ଦେଶିକା ଶାନ୍ତା ଦତ୍ତ କହନ୍ତି ଯେ ପୂର୍ବରୁ ଆବଶ୍ୟକ ହେଉଥିବା ସ୍ବଳ୍ପ ପରିମାଣର କିଟ୍‌ଗୁଡ଼ିକ ଥିଲା ବିଦେଶାଗତ, ନିର୍ଦ୍ଧାରିତ ମାନର ଏବଂ ପୁଣେର ଏନ୍‌ଆଇଭି ତାହାକୁ ଯୋଗାଇ ଦେଉଥିଲା। କିନ୍ତୁ, ଚାହିଦା ବଢ଼ିଲାରୁ ‘ଆଇସିଏମ୍ଅ୍ରାର୍’ ତାହାକୁ ଆମଦାନି କରି ସିଧାସଳଖ କୋଲକାତାର ‘ଏନ୍‌ଆଇସିଇଡି’ ସମତେ ୧୬ଟି ଆଞ୍ଚଳିକ ହବ୍‌କୁ ପଠାଇ ଦେଉଛି। ତା’ପରେ କିଟ୍‌ଗୁଡ଼ିକୁ ସରକାରୀ ଡାକ୍ତରଖାନାଗୁଡ଼ିକୁ ପଠାଇ ଦିଆଯାଉଛି। ସେଠାରେ ସେଗୁଡ଼ିକର ମାନ ନିର୍ଦ୍ଧାରଣ କରାଯାଉଛି। କିନ୍ତୁ, ପ୍ରକୃତ କଥା ସମୟ ଏବଂ ବୈଷୟିକ ଜ୍ଞାନ ଅଭାବରୁ ସେଠାରେ ମାନ ନିର୍ଦ୍ଧାରଣ ହୋଇ ପାରୁନାହିଁ।

ସେ ଆହୁରି କହିଛନ୍ତି ଯେ ଭାରତରେ ନମୁନା ପରୀକ୍ଷା ଖୁବ୍ ସ୍ବଳ୍ପ। ଏବଂ ପଶ୍ଚିମବଙ୍ଗରେ ଆଶାତୀତ ଭାବେ ସ୍ବଳ୍ପ। ଆମେ ବୁଝିବା ଆବଶ୍ୟକ ଯେ ଏଇଟା ସ୍ବଳ୍ପ ସଂଖ୍ୟା ପାଇଁ ପ୍ରତିଦ୍ବନ୍ଦ୍ବିତା ନୁହେଁ। ଯଦି ଆମେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ଚପାଇ ରଖୁ, ତେବେ ଆମର ହଟ୍‌ସ୍ପଟ୍ ସବୁ ଭ୍ରମ ଛଡ଼ା ଆଉ କ’ଣ ହୋଇପାରିବ…।

ଏଠାରେ ପ୍ରକାଶଯୋଗ୍ୟ କି, ଗତ ଏକ ସପ୍ତାହରୁ ଊର୍ଦ୍ଧ୍ବ ହେବ ପଶ୍ଚିମବଙ୍ଗରେ ଦୈନିକ ହାରାହାରି ୨୦୦ ନମୁନା ପରୀକ୍ଷା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe