Image Courtesy of Indian Bureaucracy
ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଡିଫେନ୍ସ୍ ଆକ୍ୟୁଜିସନ୍ କାଉନ୍ସିଲ୍’ (ଡିଏସି) ବୈଠକରେ ଭାରତୀୟ ସଶସ୍ତ୍ର ବାହିନୀର ଆଧୁନିକିକରଣ ଏବଂ ପରିଚାଳନା ନିମନ୍ତେ ଆବଶ୍ୟକ ‘ଆକ୍ସେପ୍ଟାନ୍ସ୍ ଅଫ୍ ନେସେସିଟି’ (ଏଓଏନ୍) ପାଇଁ ‘କ୍ୟାପିଟାଲ୍ ଆକ୍ୟୁଜିସନ୍’ ୧୩,୧୬୫ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ଅନୁମୋଦିତ ସମୁଦାୟ ଅର୍ଥରାଶିର ୮୭% ବା ୧୧,୪୮୬ କୋଟି ଟଙ୍କାର ଖରିଦ ସ୍ବଦେଶ ନିର୍ମିତ ଅସ୍ତ୍ରଶସ୍ତ୍ର ଖରିଦ କରାଯିବ।
ଖରଦ ପାଇଁ ଅନୁମୋଦନ ମିଳିଥିବା ମୁଖ୍ୟ ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ହେଲିକପ୍ଟର୍, ସ୍ମାର୍ଟ ବୋମା ଓ ରକେଟ୍ ଆଗ୍ନେୟାସ୍ତ୍ର। ଏହାଛଡ଼ା, ‘ଆଡ୍ଭାନ୍ସ୍ଡ୍ ଲାଇଟ୍ ହେଲିକପ୍ଟର୍ସ ସ୍କ୍ବାଡ୍ରନ୍’ ନିମନ୍ତେ ଭାରତୀୟ ସେନାର ଆବଶ୍ୟକତାକୁ ଚାହିଁ ୨୫ଟି ‘ଏଲ୍ଏଚ୍ ମାର୍କ ଥ୍ରୀ’ ଖରିଦ କରିବା ପାଇଁ ୩,୮୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଭାରତୀୟ ସେନାର ଆଭିଯାନିକ ପ୍ରସ୍ତୁତି ପାଇଁ ସୁନିଶ୍ଚିତ ହେବାକୁ ସମନ୍ବିତ ଉଠାଣ ସାମର୍ଥ୍ୟ ଉନ୍ନତ କରିବା ଲାଗି ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରତି ଉତ୍ସାହ ଜାରି ରଖି ଉକ୍ତ ହେଲିକପ୍ଟର୍ଗୁଡ଼ିକୁ ‘ବାୟ ଇଣ୍ଡିଆନ୍-ଆଇଡିଡିଏମ୍’ ବ୍ୟବସ୍ଥାରେ ‘ମେସର୍ସ ଏଚ୍ଏଲ୍’ରୁ ଖରିଦ କରାଯିବ।
Image Courtesy of ETV Bharatସ୍ବଦେଶୀ ଡିଜାଇନ୍ ଓ ଅସ୍ତ୍ରଶସ୍ତ୍ରକୁ ଉତ୍ସାହ ଦେବା ଲାଗି ‘ବାୟ ଇଣ୍ଡିଆନ୍’ ବର୍ଗରେ ‘ଡିଏସସି’ ସ୍ବଦେଶୀ ଉତ୍ସରୁ ‘ଟର୍ମିନାଲି ଗାଇଡେଡ୍ ମ୍ୟୁନିସନ୍’ (ଟିଜିଏମ୍) ଏବଂ ‘ଏଚ୍ଇପିଏଫ୍/ଆର୍ଏଚ୍ଇ ରକେଟ୍ ଆମ୍ୟୁନିସନ୍’ ଖରିଦ କରିବା ଲାଗି ପ୍ରାୟ ୪,୯୬୨ କୋଟି ଟଙ୍କା ମଞ୍ଜୁର କରିଛି। ଅନ୍ୟାନ୍ୟ ପ୍ରସ୍ତାବ ପାଇଁ ‘ଡିଏସି) ମଧ୍ୟ ୪,୩୫୩ କୋଟି ଟଙ୍କାର ‘ଏଓଏନ୍’ ଅନୁମୋଦନ କରିଛି।
ଏଥିସହ, ‘ଡିଏପି ୨୦୨୦’ରେ ସାମାନ୍ୟ ସଂଶୋଧନକୁ ମଧ୍ୟ ‘ଡିଏସି’ ଅନୁମୋଦନ କରିଛି। ଶିଳ୍ପ ପାଇଁ ବ୍ୟବସାୟ କରିବାକୁ ଅଧିକ ସହଜ କରିବା ଓ ଖରଦି ସାମର୍ଥ୍ୟ ବୃଦ୍ଧି ଓ ସମୟ ହ୍ରାସ କରିବା ଲାଗି ‘ବିଜ୍ନେସ୍ ପ୍ରୋସେସ୍ ରି-ଇଞ୍ଜିନିୟରିଙ୍ଗ୍’ର ଅଂଶସ୍ବରୂପ ଉକ୍ତ ଅନୁମୋଦନ କରାଯାଇଛି।
Follow Us