ପ୍ରତିରକ୍ଷା ଦୁର୍ନୀତି ମାମଲା: ସମତା ପାର୍ଟିର ପୂର୍ବତନ ନେତ୍ରୀ ଜୟା ଜେଟ୍‌ଲୀ ଓ ଅନ୍ୟ ଦୁଇଜଣଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ

Advertisment
ପ୍ରତିରକ୍ଷା ଦୁର୍ନୀତି ମାମଲା: ସମତା ପାର୍ଟିର ପୂର୍ବତନ ନେତ୍ରୀ ଜୟା ଜେଟ୍‌ଲୀ ଓ ଅନ୍ୟ ଦୁଇଜଣଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ

Image Courtesy of Zee News

ନୂଆଦିଲ୍ଲୀ: ପ୍ରତିରକ୍ଷା କାରବାରରେ ବୋଲି ଅଭିଯୋଗ ହେଉଥିବା ୨୦୦୦-୦୧ର ଏକ ଦୁର୍ନୀତି ମାମଲାରେ ଗୁରୁବାର ଦିନ ଦିଲ୍ଲୀର ଏକ ଅଦାଲତ ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟାର ଜେଟ୍‌ଲୀ ଏବଂ ଅନ୍ୟ ଦୁଇଜଣଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି

ସ୍ବତନ୍ତ୍ର ସିବିଆଇ ଜଜ୍ ବୀରେନ୍ଦ୍ର ଭଟ ଜୁଲାଇ ୨୬ ତାରିଖ ଦିନ ଜେଟ୍‌ଲୀ, ତାଙ୍କ ପୂର୍ବତନ ଦଳୀୟ ସହଯୋଗୀ ଗୋପାଳ ପାଚେରୱାଲ୍ ଏବଂ ଅବସରପ୍ରାପ୍ତ ମେଜର୍ ଜେନେରାଲ୍ ଏସ୍‌ପି ମୁର୍ଗାଇଙ୍କୁ ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ରରେ ଦୋଷୀ ସାବ୍ୟସ୍ତ କରିଥିଲେ। ତିନିହେଁ ହାତଧରା ଥର୍ମାଲ୍ ଇମେଜର୍ କିଣା ମାମଲା ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଦାଲତ ଭର୍ଚ୍ୟୁଆଲ୍ ବିଚାରରେ ତିନି ଜଣଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିବା ସହ ଆଜି ସନ୍ଧ୍ୟା ୫ଟା ପୂର୍ବରୁ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଛନ୍ତି।

ଜାନୁଆରି ୨୦୦୧ରେ ନିଉଜ୍ ପୋର୍ଟାଲ୍ ତେହେଲ୍‌କା ଡଟ୍ କମ୍ ଦ୍ବାରା ପ୍ରୟୋଜିତ ଷ୍ଟିଙ୍ଗ୍‌ ଅପରେସନ୍ ‘ଅପରେସନ୍ ୱେଷ୍ଟ୍ଏଣ୍ଡ୍‌’ ଦ୍ବାରା ଏହି ମାମଲା ଲୋକଲୋଚନକୁ ଆସିଥିଲା।

୨୦୦୬ରେ ତିନି ଜଣଙ୍କ ବିରୋଧରେ ୨୦୦୬ରେ ଚାର୍ଜସିଟ୍‌ ଫାଇଲ୍‌ ହେବା ପରେ ୨୦୧୨ରେ ଚାର୍ଜ ଫ୍ରେମ୍‌ କରିାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe