ଅରୁଣାଚଳ ପ୍ରଦେଶସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟ ଛଅଟି ବିବାଦୀୟ ଅଞ୍ଚଳ‌ ଉପରେ ନଜର ରଖିଛି ପ୍ରତିରକ୍ଷା ବଳ

Advertisment
ଅରୁଣାଚଳ ପ୍ରଦେଶସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ନିକଟ ଛଅଟି ବିବାଦୀୟ ଅଞ୍ଚଳ‌ ଉପରେ ନଜର ରଖିଛି ପ୍ରତିରକ୍ଷା ବଳ

Image Courtesy of The Times of India

ଗୌହାଟୀ: ଛଅଟି ବିବାଦୀୟ ଅଞ୍ଚଳ ଓ ଚାରିଟି ସମ୍ବେଦନଶୀଳ ଅଞ୍ଚଳରେ ଚୀନ୍‌ର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ନିମନ୍ତେ ଭାରତର ପ୍ରତିରକ୍ଷା ବଳ ପ୍ରସ୍ତୁତି ଓ ସତର୍କତା ସ୍ତର ବୃଦ୍ଧି କରିଛି।

ବିବାଦୀୟ ଅଞ୍ଚଳରୁ ଉପର ସୁବନଶିରି ଜିଲ୍ଲାର ଆସାପିଲା, ଲୋଙ୍ଗ୍‌ଜୁ, ବିସା ଏବଂ ମାଝା ଭଳି ଚାରିଟି ବିବାଦୟୀ ଅଞ୍ଚଳରେ ଚୀନ୍‌ର ପିପୁଲ୍ସ୍‌ ଲିବରେସନ୍ ଆର୍ମି ବିସା ମଧ୍ୟ ଦେଇ ବାସ୍ତବ ନିୟନ୍ତ୍ରଣ ରେଖାର ଗୋଟିଏ ମୁଣ୍ଡରୁ ଆର ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ସାରିଥିବା କଥା ଶୀର୍ଷସ୍ତରୀୟ ପ୍ରତିରକ୍ଷାସୂତ୍ରରୁ ପ୍ରକାଶ।

ପ୍ରତିରକ୍ଷାସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ସମଗ୍ର ଆସାପିଲା ସେକ୍ଟର୍‌ ତା’ର ସୀମା ଅନ୍ତର୍ଗତ ଏବଂ ତାହା ଏକ ବିବାଦୀୟ ଅଞ୍ଚଳ ବୋଲି ଚୀନ ଦାବି କରୁଛି। ସୁଉଚ୍ଚରେ ଥିବା ଏହି ଅଞ୍ଚଳଟି ଉଭୟ ଚୀନ୍ ଓ ଭାରତୀୟ ସେନାର ଅବସ୍ଥିତି ନିମନ୍ତେ କଷ୍ଟକର ସ୍ଥାନ। ଚୀନ୍‌ର ପିପୁଲ୍ସ୍‌ ଲିବରେସନ୍ ଆର୍ମି ବିଶେଷକରି ଶୀତଦିନେ ଏ ଅଞ୍ଚଳକୁ ଅଧିକାର କରିପାରେ ନାହିଁ। ସେମାନେ ଏହି ଅଞ୍ଚଳରୁ ପ୍ରାୟ ୬ ମାସ ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇ ରହନ୍ତି।

publive-image Image Courtesy of Redheart

ଅନ୍ୟ ଦୁଇଟି ବିବାଦୀୟ ଅଞ୍ଚଳ ହେଉଛି ଦୁଇ ଦେଶ ମଧ୍ୟରେ ୧୯୬୨ରେ ଲାଗିଥିବା ଯୁଦ୍ଧର କେନ୍ଦ୍ରସ୍ଥଳ ତାୱାଙ୍ଗ୍‌ ଜିଲ୍ଲାର ସୁଲୁଙ୍ଗ୍-ଲା ଏବଂ ୟାଙ୍ଗ୍‌ସେ।

ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରୁ ଦୁଇଟି ହେଉଛି ଡିବଙ୍ଗ୍ ଉପତ୍ୟକା ଜିଲ୍ଲାର ଫିସ୍‌ଟେଲ୍‌-୧ ଓ ଆଞ୍ଜୱ ଜିଲ୍ଲାର ଫିସ୍‌ଟେଲ୍‌-୨। ଭାରତ ନିୟନ୍ତ୍ରଣରେ ଥିବା ସତ୍ତ୍ବେ ୧୯୬୦ ସର୍ଭେ ଅଫ୍ ଇଣ୍ଡିଆ ପ୍ରସ୍ତୁତ ମାନଚିତ୍ରରୁ ଏ ଦୁଇଟି ସ୍ଥାନ ନ ଥିଲା। ୧୯୬୨ରେ ଚୀନ୍ ଏ ଦୁଇଟି ସ୍ଥାନକୁ ଦଖଲ କରିଥିଲା, କିନ୍ତୁ ଉଭୟ ପକ୍ଷରୁ ଅସ୍ତ୍ରବିରତି ହେବା ପରେ ଚୀନ୍ ସେଠାରୁ ହଟି ଯାଇଥିଲା।

ଅନ୍ୟ ଦୁଇଟି ସମ୍ବେଦନଶୀଳ ଅଞ୍ଚଳ ହେଉଛି ତାୱାଙ୍ଗ୍ ଜିଲ୍ଲାର ଥାଗ୍-ଲା ଏବଂ ଅଞ୍ଜୱ ଜିଲ୍ଲାର ଡିଚୁ (କିବିଟୁ)। ୧୯୬୨ ଯୁଦ୍ଧରେ ଥାଗ୍‌-ଲା ରିଜ୍ ଥିଲା ଅନ୍ୟତମ ହଟ୍‌ସ୍ପଟ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe