ଓଡ଼ିଶା-ଝାଡଖଣ୍ଡ ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ଗୁରୁତର

Advertisment
ଓଡ଼ିଶା-ଝାଡଖଣ୍ଡ ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ଗୁରୁତର

ବାରିପଦା: ଓଡ଼ିଶା-ଝାଡଖଣ୍ଡ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ହକ୍‌ ଆଡଭାନ୍ସ ବିମାନ (ତାଲିମ୍‌ପ୍ରାପ୍ତ ବିମାନ)। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ଅନ୍ତର୍ଗତ ସିର୍‌ସା ନିକଟସ୍ଥ ‘ମହୁଲାଡଙ୍ଗରୀ ଗାଁ’ ପାଖରେ ଖସି ପଡ଼ିଛି ବାୟୁସେନାର ବିମାନ। ସୁବର୍ଣ୍ଣରେଖା ନଦୀ କୂଳରେ ହିଁ ଘଟିଛି ଏହି ଦୁର୍ଘଟଣା। ବିମାନର ପାଇଲଟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଝାଡଖଣ୍ଡର ବହଡାଣାଡା ହସ୍ପିଟାଲରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଛି।

publive-image

ପ୍ରକାଶ ଯେ ସୋମବାର ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ବାୟୁସେନାର ବିମାନଟି ନଦୀ କୂଳରେ ଖସି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବିମାନଟି ରାଇରଙ୍ଗପୁର ଦିଗରୁ ଆସୁଥିବା ବେଳେ ସେଥିରୁ ଧୂଆଁ ବାହାରୁ ଥିଲା। ତେଣୁ ଅନୁମାନ କରାଯାଇଛି କି ବିମାନଟି ଉଡୁଥିବା ବେଳେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା। ମିଳିଥିବା ସୂଚନା ମୁତାବକ କୋଇକୋଣ୍ଡା ବାୟୁସେନା ଛାଉଣୀରୁ ବିମାନଟି ଉଡାଣ ଆରମ୍ଭ କରିଥିଲା। ବିମାନଟି ଖସି ପଡ଼ିବା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହୋଇଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିମାନର ଧ୍ୱଂସାବଶେଷକୁ କର୍ଡନ୍‌ କରି ଜଗିଛି। ଦୁର୍ଘଟଣାର କାରଣ ପରଖିବେ ଲାଗି ପ୍ରତିରକ୍ଷା ବାହିନୀର ଏକ ବିଶେଷଜ୍ଞ ଟିମ୍‌ ଘଟଣାସ୍ଥଳକୁ ଆସୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ କି ଗତବର୍ଷ ମୟୁରଭଞ୍ଚ ଜିଲ୍ଲାରେ ପ୍ରତିରକ୍ଷା ବାହିନୀର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe