Image Courtesy of NDTV
ନୂଆଦିଲ୍ଲୀ: ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ ବୈଠକରେ ଯୋଗ ଦେବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନିଦିନିଆ ରୁଷ୍ ମସ୍କୋ ଗସ୍ତରେ ଯାଇଛନ୍ତି। ସେଠାରେ ସେ ରୁଷ୍ର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ସୋଇଗୁଙ୍କ ସହ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ସମ୍ପର୍କରେ ଆଲୋଚନା କରିବେ। କିନ୍ତୁ, ଏହି ବୈଠକରେ ସେ ଚୀନ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ୍ କରି ନ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ଶୁକ୍ରବାର ଦିନ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ର ସମସ୍ତ ୮ଟି ସଦସ୍ୟ ରାଷ୍ଟ୍ରଙ୍କର ପ୍ରତିରକ୍ଷାମନ୍ତ୍ରୀ ମାନେ ଆତଙ୍କବାଦ ଓ ଉଗ୍ରବାଦ ଭଳି ଆଞ୍ଚଳିକ ନିରାପତ୍ତା ଆହ୍ବାନ ବିଷୟରେ ବକ୍ତବ୍ୟ ଦେବେ ଏବଂ ମିଳିତ ଭାବେ ଏହାର ମୁକାବିଲା କରିବାର ଉପାୟ କରିବେ ବୋଲି ଆଶା କରାଯାଉଛି।
Image Courtesy of Zee Newsଏହି ବୈଠକରେ ଚୀନ୍ର ପ୍ରତିରକ୍ଷା ମନ୍ତ୍ରୀ ଜେନ୍ ୱେଇ ଫେଙ୍ଘେ ଏବଂ ପାକିସ୍ତାର ପ୍ରତିରକ୍ଷା ମନ୍ତ୍ରୀ ପର୍ୱେଜ୍ ଖଟ୍ଟକ ମଧ୍ୟ ଯୋଗ ଦେବେ ବୋଲି ଆଶା କରାଯାଉଛି।
ଗସ୍ତ ସଂକ୍ରାନ୍ତରେ ଟୁଇଟ୍ କରି ଶ୍ରୀ ସିଂହ ଲେଖିଛନ୍ତି, ମସ୍କୋ ଅଭିମୁଖେ ଯାଉଛି। ଗସ୍ତ ସମୟରେ ମୁଁ ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’, ‘କଲେକ୍ଟିଭ୍ ସିକ୍ୟୁରିଟି ଟ୍ରିଟି ଅର୍ଗାନାଇଜେସନ୍’ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର ୭୫ତମ ବାର୍ଷିକ ଉପଲକ୍ଷେ ‘ସିଆଇଏସ୍’ ସଦସ୍ୟମାନଙ୍କର ମିଳିତ ବୈଠକରେ ଯୋଗ ଦେବି।
ଭାରତ ଏବଂ ଚୀନ୍ ସେନାର ସେନାର ବ୍ରିଗେଡ୍ କମାଣ୍ଡର୍ମାନେ ଲଦାଖ ଅନ୍ତର୍ଗତ ପାଙ୍ଗୋଙ୍ଗ୍ ହ୍ରଦର ଦକ୍ଷିଣକୂଳର ପରିସ୍ଥିତି ସଂକ୍ରାନ୍ତରେ ଚୁସହୁଲ୍/ମୋଲଦୋ ଠାରେ ଆଲୋଚନା କରୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ରୁଷ୍ ଗସ୍ତ ପଡ଼ିଛି।
Follow Us