ପୂର୍ବତନ ନୌସେନା ମୁଖ୍ୟଙ୍କ ବିରୋଧରେ ଅରୁଚିକର ଟୁଇଟ୍‌ କରି ଛୁଟିରେ ଗଲେ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର

Advertisment
ପୂର୍ବତନ ନୌସେନା ମୁଖ୍ୟଙ୍କ ବିରୋଧରେ ଅରୁଚିକର ଟୁଇଟ୍‌ କରି ଛୁଟିରେ ଗଲେ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର

ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟଙ୍କ ବିରୋଧରେ ଅରୁଚିକର ଟୁଇଟ୍‌ କରି ଗତ ସଂଧ୍ୟାରେ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କିଛି ଦିନ ପାଇଁ ଛୁଟିରେ ଯାଇଛନ୍ତି। ମୁଖପାତ୍ରଙ୍କ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ନୌସେନା ମୁଖ୍ୟଙ୍କୁ ଅପମାନିତ ଓ ଅସମ୍ମାନିତ କରାଯିବା ପରି ଟୁଇଟ୍‌ କରାଯାଇଥିଲା ବୋଲି ଅଭିଯୋଗ ଆସିବା ପରେ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଛୁଟିରେ ପଠାଯାଇଛି। କଲୋନେଲ୍ ଅମନ୍ ଅାନନ୍ଦଙ୍କୁ କାର୍ଯ୍ୟନିର୍ବାହୀ ମୁଖପାତ୍ର ଭାବେ ନିଯୁକ୍ତି ଦିଅାଯାଇଛି।

ମୁଖ୍ୟପାତ୍ର କରିଥିବା ଟୁଇଟ୍‌ର ସାରାଂଶ ହେଉଛି, ‘ନିଜ ବାସଭାବନରେ ଯବାନମାନଙ୍କର ଦୁରୁପଯୋଗ କରୁଥିବା ବିଷୟରେ କ’ଣ କହିବେ ସାର୍‌? ପିଲାମାନଙ୍କୁ ଉଠାଯାଇ କିପରି ଯବାନଙ୍କ ଦ୍ବାରା ଗାଡ଼ିରେ ସ୍କୁଲ୍‌ ପର୍ଯ୍ୟନ୍ତ ଛଡ଼ାଯିବ? ସରକାରୀ ଗାଡ଼ିରେ ମ୍ୟାଡାମ୍‌ କିପରି ସପିଙ୍ଗ୍‌ କରିବାକୁ ଯାଆନ୍ତି ତାହା ଭୁଲିବେ ନାହିଁ। ଏହଛଡ଼ା ଆପଣ ଯେଉଁ ସୀମାହୀନ ପାର୍ଟି କରୁଛନ୍ତି ତାହା ସବୁ କିଏ ଭରଣା କରୁଛି?’

ପୂର୍ବତନ ନୌସେନା ମୁଖ୍ୟ ଅରୁଣ ପ୍ରକାଶ ନିକଟରେ ଏକ ଟୁଇଟ୍‌ କରିଥିଲେ ଯେ , ‘ଯେଉଁମାନେ ସେନା ପତାକା ଲଗାଇ କାର୍‌ ଚଳାଉଛନ୍ତି ତାହା ସରକାରୀ ଭାବେ ଗ୍ରହଣୀୟ ନୁହେଁ। ସେମାନେ ଏହାର ଉତ୍ତର ଦେବା ଉଚିତ।’

ଏହି ଟୁଇଟ୍‌ର ରିଟୁଇଟ୍‌ରେ ମୁଖପାତ୍ର ତାଙ୍କୁ ଏପରି ଓଲଟା ପ୍ରଶ୍ନ ପଚାରିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ମୁଖପାତ୍ରଙ୍କ ଟୁଇଟ୍‌ଟି ଡିଲିଟ୍‌ କରାଯାଇଛି।

ମୁଖପାତ୍ରଙ୍କ ଏହି ପ୍ରତିକ୍ରିୟାଶୀଳ ଟୁଇଟକୁ ନେଇ ସେନା ପରିସରରୁ ପ୍ରବଳ ନକାରାତ୍ମକ ପ୍ରତିକ୍ରିୟା ଆସିଥିଲା। ଏହାପରେ ମନ୍ତ୍ରାଳୟ ଏପରି ପଦକ୍ଷେପ ଗ୍ରହଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe