ଭାରତର ପ୍ରଥମ ସ୍ୱଦେଶୀ ‘ମେସିନ୍‌ ପିସ୍ତଲ୍‌’ ନିର୍ମାଣ କଲେ ‘ଡିଆର୍‌ଡିଓ’ ଏବଂ ସେନା

Advertisment
ଭାରତର ପ୍ରଥମ ସ୍ୱଦେଶୀ ‘ମେସିନ୍‌ ପିସ୍ତଲ୍‌’ ନିର୍ମାଣ କଲେ ‘ଡିଆର୍‌ଡିଓ’ ଏବଂ ସେନା

Image Courtesy of NDTV

ନୂଆଦିଲ୍ଲୀ: ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଭାରତର ପ୍ରଥମ ସ୍ୱଦେଶୀ ୯ ଏମ୍‌ଏମ୍‌ ମେସିନ୍‌ ପିସ୍ତଲ୍‌ ବିକଶିତ କରିଥିବା କଥା ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ଏମ୍‌ହୋ ଠାରେ ଥିବା ସେନାର ପଦାତିକ ସ୍କୁଲ୍‌ ଏବଂ ପୁଣେରେ ଥିବା ‘ଡିଆର୍‌ଡିଓ’ର ‘ଆର୍ମାମେଣ୍ଟ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌’ ଏହି ଅସ୍ତ୍ରର ଡିଜାଇନ୍‌ କରିବା ସହ ଏହାକୁ ବିକଶିତ କରିଛନ୍ତି।

publive-image Image Courtesy of Zee News

ରେକର୍ଡ ସମୟ ମାତ୍ର ୪ ମାସ ମଧ୍ୟରେ ଏହି ପିସ୍ତଲଟି ବିକଶିତ ହୋଇଥିବା କଥା ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏକ ବିବୃତିରେ ମନ୍ତ୍ରାଳୟ କହିଛି, ଏହି ମେସିନ୍‌ ପିସ୍ତଲ୍‌ ‘ଇନ୍‌-ସର୍ଭିସ୍‌ ୯ ଏମ୍‌ଏମ୍‌’ ଗୁଳି ବର୍ଷଣ କରେ। ଏହାର ଉପର ଭାଗ ରିସିଭର୍‌ଟି ବିମାନ ନିର୍ମାଣରେ ବ୍ୟବହୃତ ଆଲ୍‌ମିନିୟମ୍‌ରେ ତିଆରି ହୋଇଥିବା ବେଳେ ତଳଭାଗର ରିସିଭର୍‌ଟି କାର୍ବନ୍‌ ଫାଇବର୍‌ରେ ତିଆରି। ଏହି ପିସ୍ତଲ୍‌ର ବିଭିନ୍ନ ଅଂଶର ଡିଜାଇନ୍‌ ଓ ପ୍ରୋଟୋଟାଇପ୍‌ ପ୍ରସ୍ତୁତି ନିମନ୍ତେ ଥ୍ରିଡି ପ୍ରିଣ୍ଟିଙ୍ଗ୍‌ ପ୍ରକ୍ରିୟା ବ୍ୟବହାର କରାଯାଇଥିଲା।

ବିଦ୍ରୋହ ଏବଂ ଆତଙ୍କବାଦ ଦମନ ଅଭିଯାନ ମୁକାବିଲା କ୍ଷେତ୍ରରେ ଏହି ମେସିନ୍‌ ପିସ୍ତଲ୍‌ ସଶସ୍ତ୍ର ବାହିନୀରେ ବ୍ୟକ୍ତିଗତ ଅସ୍ତ୍ରଭାବେ କାମ ଦେବ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ରହିଛି।

ଏହାର ଉତ୍ପାଦନ ମୂଲ୍ୟ ୫୦ ହଜାର ଟଙ୍କା ମଧ୍ୟରେ ସୀମିତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe