ଲକଡାଉନ୍ ଉଲ୍ଲଂଘନ କରି ନମାଜ ପାଇଁ ମୁର୍ଶିଦାବାଦ ମସଜିଦରେ ଗହଳି; ୫୦ଜଣଙ୍କ ବିରୋଧରେ ଏଫ୍ଆଇଆର୍

ଲକଡାଉନ୍ ଉଲ୍ଲଂଘନ କରି ନମାଜ ପାଇଁ ମୁର୍ଶିଦାବାଦ ମସଜିଦରେ ଗହଳି; ୫୦ଜଣଙ୍କ ବିରୋଧରେ ଏଫ୍ଆଇଆର୍

Representative Image Source: Zee News

କୋଲକାତା: ଲକଡାଉନ୍ ଉଲ୍ଲଂଘନ କରି ମୁର୍ଶିଦାବାଦ ଜିଲ୍ଲାର ଏକ ମସଜିଦରେ ଶୁକ୍ରବାର ନମାଜ ପାଇଁ ଗହଳି କରିଥିବା ଲୋକମାନଙ୍କ ମଧ୍ୟରୁ ୫୦ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ପଶ୍ଚିମବଙ୍ଗ ପୁଲିସ ଏଫ୍‌ଆଇଆର୍ ରେଜିଷ୍ଟ୍ରି କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ନମାଜ ପଢ଼ିବାକୁ ମୁର୍ଶିଦାବାଦ ଅନ୍ତର୍ଗତ ଗୋପୀପୁର ମସଜିଦରେ ଶହ ଶହ ଲୋକ ଏକତ୍ର ହୋଇଥିଲେ। ଫଳରେ ଲକଡାଉନ ନିୟମ ଉଲ୍ଲଂଘନ ହୋଇଥିଲା। ଏହାଛଡ଼ା ସେମାନଙ୍କ ମଧ୍ୟରୁ କେହି ସାମାଜିକ ଦୂରତ୍ବ ନିୟମ ପାଳନ କରୁ ନ ଥିଲେ କି, ମାସ୍କ ପରିଧାନ କରି ନ ଥିଲେ।

ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ଭିଡିଓରେ ଦେଖାଯାଉଛି ମସଜିଦ ମଧ୍ୟରୁ ବହୁସଂଖ୍ୟକ ଲୋକ ବାହାରି ଆସୁଛନ୍ତି। ପୁଲିସ କହିବା ଅନୁସାରେ, ମସଜିଦ୍ ଖାଲି କରିବାକୁ କୁହାଯିବାରୁ ବରିଷ୍ଠ ନାଗରିକ ଏବଂ ପିଲାମାନେ ଚୁପ୍‌ଚାପ୍‌ ଘରକୁ ଫେରି ଯାଇଥିଲେ। ଲକଡାଉନ୍ ପ୍ରତ୍ୟାହାର ନ ହେବା ଯାଏଁ ଯେମିତି ମସଜିଦରେ ଆଉ ଜନସମାଗମ ନ ‌ହୁଏ ସେଥିପ୍ରତି ନିଶ୍ଚିତ ହେବାକୁ ପୁଲିସ ପରେ ସେଠାକାର ଇମାମଙ୍କୁ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe