ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରାଜ୍ୟର ରାଜଧାନୀ ଡେରାଡୁନର ଥାନା ରାସ୍ତାରେ ଏକ ବିଶାଳକାୟ ଅଜଗର ରାସ୍ତା ଅତିକ୍ରମ କରୁଥିବା ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ଏହି ଘଟଣା ଅକ୍ଟୋବର ୨୦ ତାରିଖରେ ଘଟିଥିବା ବେଳେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ସୂଚନାଯୋଗ୍ୟ, ଡେରାଡୁନର ଥାନା ରାସ୍ତାରେ ଅକ୍ଟୋବର ୨୦ ତାରିଖ ସନ୍ଧ୍ୟାରେ ଏକ ବିଶାଳକାୟ ଅଜଗର ରାସ୍ତା ଅତିକ୍ରମ କରୁଥିଲା। ଯାହାକୁ ଦେଖି ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ରାସ୍ତାର ଉଭୟପାର୍ଶ୍ବରେ ଭିଡ଼ ଲାଗିଥିଲା। ଏହି ଅଜଗରକୁ ଦେଖି କିଛି ଲୋକେ ଭୟରେ ଦୌଡ଼ି ପଳାଉଥିବା ବେଳେ ଆଉ କେହିକେହି ଘଟଣାର ଦୃଶ୍ୟକୁ ଫୋନରେ କୈଦ କରିବାରେ ବ୍ୟସ୍ତ ଥିଲେ।
ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଡେରାଡୁନର ଡିଏଫଓ ନୀରଜ ଶର୍ମା କହିଛନ୍ତି, ‘ଏଭଳି ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସିବାରେ ଲାଗିଛି। ଜଙ୍ଗଲୀ ଜୀବଜନ୍ତୁ ଜଙ୍ଗଲରୁ ବାହାରି ରାସ୍ତାକୁ ଚାଲି ଆସୁଛନ୍ତି। ଘଟଣାର ଯାଞ୍ଚ କରାଯାଉଛି। ଜଙ୍ଗଲୀ ଜୀବଜନ୍ତୁଙ୍କ ପ୍ରତି ଲୋକଙ୍କୁ ସତର୍କ କରାଯାଇଛି। ଏଥିସହିତ ଯଦି ଯାତାୟାତ ସମୟରେ ରାସ୍ତାରେ କୌଣସି ଜୀବଜନ୍ତୁଙ୍କୁ ଦେଖୁଛନ୍ତି ତେବେ ସେମାନଙ୍କ ପାଖକୁ ନଯିବାକୁ ଲୋକଙ୍କୁ ସତର୍କ କରାଯାଇଛି।
Follow Us