ପୁଅ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛି, ଦୟାକରି ଗୁଜବ ପ୍ରଚାର କରନ୍ତୁ ନାହିଁ

Advertisment

ସିଦ୍ଧେଶଙ୍କ ବାପା ବିପିନ ଅଗ୍ରୱାଲ ଗଣମାଧ୍ୟମରେ ଗୁହାରି କରି କହିଛନ୍ତି, ‘ପୁଅ ମୋର ଜୀବନ ଓ ମୃତ୍ୟୁ ସହ କରୁଛି ସଂଘର୍ଷ। ଦୟାକରି ଗୁଜବ ପ୍ରଚାର କରନ୍ତୁ ନାହିଁ। ସୁସ୍ଥ ହେବାପାଇଁ ଭଗବାନଙ୍କ ନିକଟରେ କରନ୍ତୁ ପ୍ରାର୍ଥନା।’

ସିଦ୍ଧେଶଙ୍କ ବାପା ବିପିନ ଅଗ୍ରୱାଲ ଗଣମାଧ୍ୟମରେ ଗୁହାରି କରି କହିଛନ୍ତି, ‘ପୁଅ ମୋର ଜୀବନ ଓ ମୃତ୍ୟୁ ସହ କରୁଛି ସଂଘର୍ଷ। ଦୟାକରି ଗୁଜବ ପ୍ରଚାର କରନ୍ତୁ ନାହିଁ। ସୁସ୍ଥ ହେବାପାଇଁ ଭଗବାନଙ୍କ ନିକଟରେ କରନ୍ତୁ ପ୍ରାର୍ଥନା।’

୫୪୫

ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ନଭେମ୍ବର ୧୨ରେ ଦିନ ଏକ ଛାତିଥରା ସଡ଼କ ଦୁର୍ଘଟଣା ଘଟିଥିଲା। ଧନତେରାସ ଦିନ କିଣିଥିବା ନୂଆଗାଡ଼ିରେ ବସି ୭ଜଣ ସାଙ୍ଗ ଏକ ଭୋଜିରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ଏକ ଟ୍ରକ‌ ସହିତ ପିଟି ହୋଇ ଯାଇଥିଲେ। 

ଏହି ଦୁର୍ଘଟଣାରେ ୬ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେଠା ରେ ସେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଗୁରୁତରଙ୍କ ବାପ ଏକ ଭିଡିଓ ଜରିଆରେ ଲୋକଙ୍କୁ ଗୁଜବ ପ୍ରଚାର ନକରିବାକୁ ଅନୁରୋଧ କରିଛନ୍ତି। 

କାର୍ ଭିତରେ ଥିବା ପୀଡ଼ିତମାନେ ହେଲେ କୁନାଲ କୁକ୍ରେଜା (୨୩), ଅତୁଲ ଅଗ୍ରୱାଲ (୨୪), ଋଷଭ ଜୈନ (୨୪), ନବ୍ୟା ଗୋଏଲ (୨୩), କାମାକ୍ଷୀ (୨୦),  ସିଦ୍ଧେଶ ଅଗ୍ରୱାଲ (୨୫) ଏବଂ ଗୁନେଟ (୧୯)। ସିଦ୍ଧେଶ ଡେରାଡୁନର ବାସିନ୍ଦା ହୋଇଥିବା ବେଳେ ସେ ହିଁ ପାର୍ଟିର ଆୟୋଜନ କରି ନିଜ ସାଙ୍ଗମାନଙ୍କୁ ଡାକିଥିଲେ। ଅନ୍ୟମାନଙ୍କର ମୃତ୍ୟୁ ହୋଇଥିବା ବେଳେ ସିଦ୍ଧେଶ ଏବେ ଗୁରୁତର ଅଛି।

ସିଦ୍ଧେଶଙ୍କ ବାପା ବିପିନ ଅଗ୍ରୱାଲ ଗଣମାଧ୍ୟମ ସହିତ କଥା ହେବାବେଳେ କହିଛନ୍ତି, ‘ଦୟାକରି ମୋ ଛୁଆ ସହିତ ସହାନୁଭୂତି ରଖନ୍ତୁ । ମୃତ ୬ଜଣ ପିଲାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମୋ ପୁଅ ଏବେ ଆଇସିୟୁ‌ରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛି। ଏହି ଦୁଃଖ ସମୟରେ ମୋର ଅନୁରୋଧ ସମସ୍ତେ ଆମକୁ ସହଯୋଗ କରନ୍ତୁ। ଯାଞ୍ଚ ଜାରି ରହିଛି । ଅଯଥାରେ ଗୁଜବ ପ୍ରଚାର କରନ୍ତୁ ନାହିଁ।

ମୋର ପୁଅକୁ ନେଇ ଅନେକ ମିଥ୍ୟା ପ୍ରଚାର କରାଯାଉଛି। ଏପରି କରିବା ଦ୍ବାରା ସମାଜକୁ ଭୁଲ ତଥ୍ୟ ଯାଉଛି। ପୁଲିସ ଯାଞ୍ଚ କରୁଛି। ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଲେ କ’ଣ ହୋଇଛି କ’ଣ ନାହିଁ ସମସ୍ତେ ଜାଣି ପାରିବେ। ମୋର ଅନୁରୋଧ ଆପଣମାନେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ କି ମୋ ପୁଅ କିପରି ସୁସ୍ଥ ହୋଇ ପୁଣି ଆମମାନଙ୍କ ପାଖକୁ ଫେରି ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe