ସଡ଼କ ଦୁର୍ଘଟଣାରେ ଛାତ୍ରଙ୍କ ଜିଭ କଟି ଗଳାରେ ଫସିଲା, ହସ୍‌ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ହେଲା ମୃତ୍ୟୁ

Advertisment
ସଡ଼କ ଦୁର୍ଘଟଣାରେ ଛାତ୍ରଙ୍କ ଜିଭ କଟି ଗଳାରେ ଫସିଲା, ହସ୍‌ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ହେଲା ମୃତ୍ୟୁ

ଦେହରାଦୁନ୍‌: ଉତ୍ତରାଖଣ୍ଡର ରାଜଧାନୀ ଦେହରାଦୁନ୍‌ରେ ରବିବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨୧ବର୍ଷ ଛାତ୍ରଙ୍କ ଜିଭ କଟି ତାଙ୍କ ଗଳାରେ ଫସି ଯାଇଥିଲା। ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍‌ପିଟାଲ ନିଆଯାଇଥିଲା। ହସ୍‌ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

publive-image

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ବସବାସ କରୁଥିବା ଆଲୋକ ଦୁରାହ ତାଙ୍କ ସାଙ୍ଗ ଜେଆର ଜନ୍‌ସନ୍‌ଙ୍କ ସହିତ ବାଇକ୍‌ରେ ଦେହରାଦୁନ୍‌ର ପ୍ରେମନଗର ଅଞ୍ଚଳ ଦେଇ ଯୋଗେ ଯାଉଥିଲେ। ଏହି ସମୟରେ ତାଙ୍କ ସାମ୍ନାପାର୍ଶ୍ୱରୁ ଦ୍ରୁତଗତିରେ ଏକ ଟ୍ରକ୍‌ ଆସିଥିଲା। ଫଳରେ ବାଇକ୍‌ ଓ ଟ୍ରକ୍‌ର ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ଆଲୋକଙ୍କ ଜିଭ କଟି ଯାଇ ତାଙ୍କ ଗଳାରେ ଫସି ଯାଇଥିଲା ବେଳେ ତାଙ୍କ ସାଙ୍ଗଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ହେତୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟଲୋକେ ଆଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ସେଠାରେ ମୃତ୍ୟୁ ହୋଇଯାଇଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ। ମୃତକ ଦୁଇଜଣ ଯୁବକ ଦୁନ୍‌ ପିଜି କଲେଜର ବିଏସ୍‌ସି(କୃଷି) ଦ୍ୱିତୀୟ ବର୍ଷର ଛାତ୍ର ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe