ଇଣ୍ଡିଆ ଗେଟ‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ବିଳମ୍ବ!

Advertisment
ଇଣ୍ଡିଆ ଗେଟ‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ବିଳମ୍ବ!

PTC News

ନୂଆଦିଲ୍ଲୀ : ଇଣ୍ଡିଆ ଗେଟ‌ରେ ନେତାଜୀ ସୁଭାଷ ଚନ୍ଦ୍ର ‌ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିଳମ୍ବ ହେବ। ଚଳିତ ଅଗଷ୍ଟ ୧୫ ସୁଦ୍ଧା ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ନାସନାଲ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ ପରିସରରେ କଳା ମୁଗୁନି ପଥରରେ ୨୮ ଫୁଟ ଉଚ୍ଚ ଓ ୬ ଫୁଟ ଓସାର ବିଶିଷ୍ଟ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଶେଷ ହୋଇଛି। ତେବେ ପ୍ରତିମୂର୍ତ୍ତିର ‘ଫେସିଆଲ୍‌ ଏକ୍ସପ୍ରେସନ୍‌’ ଓ ଟୋପିର ଫିନିସିଂ କାର୍ଯ୍ୟ ଆଉ କିଛି ଦିନ ଲାଗିପାରେ ବୋଲି ଜଣାପଡ଼ିଛି।

ନିର୍ଦ୍ଦିଷ୍ଟ ଭାବେ ପ୍ରତିମୂର୍ତ୍ତି କାର୍ଯ୍ୟ ‌କେବେ ଶେଷ ହେବ ଏବଂ କେବେ ଏହାକୁ ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବ ସେ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କିମ୍ବା ନାସନାଲ ‌ଗ୍ୟାଲେରି ଅଫ ମଡର୍ଣ୍ଣ ଆର୍ଟ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ କୌଣସି ସୂଚନା ମିଳିନାହିଁ। ନୂଆ ସଂସଦ ଭବନରେ ଗତମାସରେ ଅନାବରଣ କରାଯାଇଥିବା ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’କୁ ନେଇ ବିବ‌ାଦ ହୋଇଥିଲା। ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କ୍ଷେତ୍ରରେ ଯେ ଭଳି କୌଣସି ବ୍ୟତିକ୍ରମ ନ ଘଟେ ସେଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଯେଉଁଥି ପାଇଁ ପ୍ରତିମୂର୍ତ୍ତି ନିର୍ମାଣରେ ବିଳମ୍ବ ହେଉଥିବା ଅନୁମାନ କରାଯାଉଛି। ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe