ମୁମ୍ବାଇ: ଦେଶରେ ମହାମାରୀ କୋଭିଡ୍-୧୯ର ଦ୍ବିତୀୟ ଲହର ସଂକ୍ରମଣ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଥିବାରୁ ଚିକିତ୍ସାବିତ୍ ଓ ଭୂତାଣୁ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ, ଏମିତି କିଛି ରୋଗୀଙ୍କ ଠାରେ କୋଭିଡ୍-୧୯ ବର୍ଗର ଲକ୍ଷଣ ଦେଖାଯାଉଥିଲେ ହେଁ ସେମାନଙ୍କ ନମୁନା ପରୀକ୍ଷଣରେ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ର ଚିହ୍ନବର୍ଣ୍ଣ ଜଣା ନପଡ଼ିବା ଅନ୍ୟତମ ଚିନ୍ତାର କାରଣ ହୋଇଛି। ତେବେ ରୋଗୀଙ୍କ ନମୁନାରେ ଏପରି କୋଭିଡ୍ ନେଗେଟିଭ୍ ବାହାରିବା ବା କରୋନାଭୂତାଣୁର ଛଦ୍ମ ଅନୁପସ୍ଥିତି ପାଇଁ ବିଳମ୍ବିତ ନମୁନା ପରୀକ୍ଷଣ ଏବଂ ଦୁର୍ବଳ ସ୍ବାବ୍ ନମୁନା ସଂଗ୍ରହକୁ ବିଶେଷଜ୍ଞମାନେ ଦାୟୀ କରିଛନ୍ତି। ପ୍ରଥମ ଲକ୍ଷଣ ଦେଖାଦେବାର ସାତ ଦିନ ଭିତରେ ନମୁନା ପରୀକ୍ଷଣ ନେଗେଟିଭ୍ ବାହାରିବା ଅର୍ଥ ତାହା ଭୂତାଣୁର ଛଦ୍ମ ଅନୁପସ୍ଥିତିକୁ ବୁଝାଉଛି। ଭୂତାଣୁର ଏପରି ନକଲି ଅନୁପସ୍ଥିତି ପାଇଁ ମଧ୍ୟ ଆର୍ଟି-ପିସିଆର୍ ପରୀକ୍ଷଣକୁ ଦାୟୀ କରିଛନ୍ତି ଯଶଲୋକ ହସ୍ପିଟାଲର ଡା. ଓମ୍ ଶ୍ରୀବାସ୍ତବ।
କୋଭିଡ୍ର ଛଦ୍ମ ଅନୁପସ୍ଥିତି ପଛରେ ବିଳମ୍ବିତ ପରୀକ୍ଷଣ, ଦୁର୍ବଳ ନମୁନା ସଂଗ୍ରହ: ବିଶେଷଜ୍ଞ
Advertisment
Follow Us