ନିର୍ଭୟା ମାମଲା: ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ଆଗତ ମାମଲାର ଶୁଣାଣି ଶେଷ; ରାୟ ସଂରକ୍ଷିତ

ନିର୍ଭୟା ମାମଲା: ଫାଶୀ ଉପରେ ରହିତାଦେଶ ପାଇଁ ଦୋଷୀଙ୍କ ଆବେଦନ

oneindia.com

ନୂଆଦିଲ୍ଲୀ: ରବିବାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଶେଷ କରି ଦିିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।  କେନ୍ଦ୍ର ଗୃହ ମନ୍ତ୍ରାଳୟର ଆବେଦନ ଉପରେ ମାମଲାର ବିଚାର କରି ରାୟକୁ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

ଆଜି ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହୋଇଥିଲା । ଏହି ଆବେଦନରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, ଦୋଷୀ ଫାଶୀ ସମୟକୁ ଗଡ଼ାଇବା ପାଇଁ ପ୍ରୟାସ ଚଳାଇଛନ୍ତି । ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଆବେଦନ ନେଇ ଆଜି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ ।

publive-image Image Source: India Today

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା‌ ମାମଲାରେ ଫେବ୍ରୁଆରି ୧ ତାରିଖରେ ଫାଶୀ ହେବାକୁ ଥିବାବେଳେ ୪ ଦୋଷୀଙ୍କୁ ଫାଶୀ ହୋଇନାହିଁ। ଦୋଷୀଙ୍କ ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତା‌ଦେଶ ଲାଗିବା ପରେ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ସରକାର  ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଆଧାରରେ ଦିଲ୍ଲୀ ‌ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସୁରେଶ କୈତ ୪ ଜଣ ଦୋଷୀ ମୁକେଶ କୁମାର, ବିନୟ ଶର୍ମା, ପୱନ ଗୁପ୍ତା ଏବଂ ଅକ୍ଷୟ ସିଂହକୁ ନୋଟିସ୍‌ କରିଥିଲେ। କୋର୍ଟ  ତିହାର ଜେଲ୍‌ କର୍ତ୍ତୃପକ୍ଷ ଏବଂ ଡିଜିଙ୍କୁ ମଧ୍ୟ ନୋଟିସ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe