Delhi administration's: ସମସ୍ତ କମ୍ପାନିକୁ ଦିଲ୍ଲୀ ପ୍ରଶାସନର ନିର୍ଦ୍ଦେଶ: ୫୦% ‘ୱାର୍କ ଫ୍ରମ୍ ହୋମ୍‌’ ବାଧ୍ୟତାମୂଳକ, ନମାନିଲେ ଜରିମାନା

Advertisment

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ ମଧ୍ୟରେ ସରକାର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନିକୁ ୫୦ ପ୍ରତିଶତ ୱାର୍କ ଫ୍ରମ୍ ହୋମ୍ (ଡବ୍ଲୁଏଫ୍ଏଚ୍‌)ମୋଡ୍‌ରେ କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରିଛନ୍ତି।

Updated On

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ ମଧ୍ୟରେ ସରକାର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନିକୁ ୫୦ ପ୍ରତିଶତ ୱାର୍କ ଫ୍ରମ୍ ହୋମ୍ (ଡବ୍ଲୁଏଫ୍ଏଚ୍‌)ମୋଡ୍‌ରେ କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରିଛନ୍ତି।

ଅଦ୍ୟତନ ହୋଇଛି
dgdgzcvc

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ ମଧ୍ୟରେ ସରକାର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନିକୁ ୫୦ ପ୍ରତିଶତ ୱାର୍କ ଫ୍ରମ୍ ହୋମ୍ (ଡବ୍ଲୁଏଫ୍ଏଚ୍‌)ମୋଡ୍‌ରେ କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଏହି ନିର୍ଦ୍ଦେଶନାମା ଉଲ୍ଲଂଘନ କରୁଥିବା ସଂସ୍ଥାଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ଡିସେମ୍ବର ୧୫ରେ ରାଜଧାନୀରେ ଏହି ଋତୁରେ ସବୁଠାରୁ ଖରାପ ବାୟୁ ଗୁଣବତ୍ତା ଦେଖିବାକୁ ମିଳିଥିଲା, ଯେତେବେଳେ ସକାଳେ ‘ସିଭିୟର ପ୍ଲସ୍’ ବର୍ଗରେ ଏକ୍ୟୁଆଇ ୪୯୮ ରେକର୍ଡ କରାଯାଇଥିଲା। ଏହି ସଙ୍କଟ କମିସନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍)କୁ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜଧାନୀରେ କଠୋର ପ୍ରଦୂଷଣ ବିରୋଧୀ ପ୍ରତିବନ୍ଧକ - ଗ୍ରାପ୍-୪ ଲାଗୁ କରିବାକୁ ବାଧ୍ୟ କରିଥିଲା।

Anti-Pollution Curbs: ଦିଲ୍ଲୀରେ ବୈଧ PUC ପ୍ରମାଣପତ୍ର ବିନା ମିଳିବନି ପେଟ୍ରୋଲ-ଡିଜେଲ, ଘରୁ କାମ କରିବା ବାଧ୍ୟତାମୂଳକ

ନମାନିଲେ ଜରିମାନା
ନିର୍ମାଣ ଶ୍ରମିକଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ

ସଦ୍ୟତମ ଘୋଷଣା ଅନୁଯାୟୀ, ଦିଲ୍ଲୀ ସରକାର ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ, ଯେଉଁମାନେ ବର୍ତ୍ତମାନ ପ୍ରଦୂଷଣ ନିରୋଧୀ ପ୍ରତିବନ୍ଧକ ଅନୁଯାୟୀ କାର୍ଯ୍ୟ କରିବା ସୁଯୋଗ ପାଇବେ ନାହିଁ। ଶନିବାର ଓ ସୋମବାର ରାଜଧାନୀରେ ମୁହଁକୁ ମୁହଁ ନ ଦିଶିବା ପରି ଧୂଆଁକୁହୁଡ଼ି ସୃଷ୍ଟି ହୋଇଥିଲା, ଯାହା ଏକାଧିକ ସଡ଼କ ଦୁର୍ଘଟଣା, ବିମାନ ବାତିଲ ବା ବିଳମ୍ବ ସୃଷ୍ଟି କରିଥିଲା। ତିନି ଦିନ ପରେ, ମଙ୍ଗଳବାର ଦିଲ୍ଲୀରେ ସାମାନ୍ୟ ଉନ୍ନତି ହୋଇଥିଲା ବୁଧବାର ସକାଳେ ମଧ୍ୟ ସମାନ ଅବସ୍ଥା ବଜାୟ ରହିଥିଲା। ଗ୍ରାପ୍ ୪ରେ ନୋଏଡା, ଗୁରୁଗ୍ରାମ ଓ ଫରିଦାବାଦ ସମେତ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ବାଧ୍ୟତାମୂଳକ ଏକ ପାଞ୍ଚ-ସୂତ୍ରୀ କାର୍ଯ୍ୟ ଯୋଜନା ରହିଛି। ଏହି ପରିପ୍ରେକ୍ଷୀରେ ସରକାର ବିଏସ୍-୬ ମାନଦଣ୍ଡ ଅନୁଯାୟୀ ଦିଲ୍ଲୀରେ ବାହାରର ଯାନବାହନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।  

Jatamundia-Subarnapur Bridge Danger ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ସେତୁ ପାଲଟିଛି ମରଣଯନ୍ତା, ଅଧାରେ ଅଟକିଛି ରାସ୍ତା ନିର୍ମାଣ କାର୍ଯ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe