ନୂଆଦିଲ୍ଲୀର ଗୌତମ ନଗରରେ ଏମସ୍ ଡାକ୍ତରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

କେନ୍ଦୁଝର :  କାନ୍ଥ ପଡ଼ି ନାବାଳକ ମୃତ

image source--sisat

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଗୌତମ ନଗରରେ ଥିବା ଏକ ଘରୁ ଜଣେ ଡାକ୍ତରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ନୂଆଦିଲ୍ଲୀର ହାଉଜ ଖାସ୍ ପୁଲିସ ଏହି ମୃତ ଦେହ ଉଦ୍ଧାର କରିଥିବା ଜଣାଯାଇଛି। ଗୌତମ ନଗରରେ ଥିବା ତାଙ୍କ ଘରର ଛାତରୁ ଏଏମ୍ଏସରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି।

ନୂଆଦିଲ୍ଲୀର ହାଉଜ ଖାସ୍ ପୁଲିସକୁ ଅପରାହ୍ନ ୩ଟା ୧୦ ମିନିଟ୍ ସମୟରେ ଏକ ଫୋନ୍ କଲ୍ ମିଳିଥିଲା ଯେ ଘରୁ ଦୁର୍ଗନ୍ଧ ବାହାରୁଛି। ସେତେବେଳେ ସନ୍ଦେହ ଉପୁଜିଥିଲା ଯେ ଉକ୍ତ ଘରେ କେହି ମରିପଡ଼ିଛି ଏବଂ ତାହା ପଚିସଢିଯାଇଛି। ବୋଧହୁଏ ସେହି କାରଣରୁ ଘରୁ ଦୁର୍ଗନ୍ଧ ବାହାରୁଛି।
ଏହି ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଦ୍ୱିତୀୟ ମହଲାରେ ଥିବା ଭିତର ପଟରୁ ତାଲାବନ୍ଦ ଥିବା ଜଣେ ପୁରୁଷଙ୍କ ମୃତ ଦେହ ଏକ କୋଠରୀରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

publive-image image source-twitter

ମୃତକଙ୍କ ନାମ ମୋହିତ ସିଂହଲା (୪୦) ବୋଲି ଜଣାଯାଇଛି। ସେ ଏଏମ୍ଏସ୍ ହସ୍ପିଟାଲର ଶିଶୁ ବିଭାଗରେ କାର୍ଯ୍ୟ କରୁଥିଲେ। ସେ ଗତ ଅଗଷ୍ଟ ୧୧ ତାରିଖ (ମଙ୍ଗଳବାର) ରେ ତାଙ୍କ ଡାକ୍ତରଖାନାରେ କାମ କରିଥିଲେ | ତାପରଠାରୁ ସେ ଆଉ ଏଏମ୍ଏସ୍ ହସ୍ପିଟାଲକୁ ଯାଇ ନଥିବା ଜଣାଯାଇଛି। ସିଂହଲା ଚଣ୍ଡିଗଡ଼ର ପଞ୍ଚକୁଲାର ସ୍ଥାୟୀ ବାସିନ୍ଦା ଏବଂ ୨୦୦୬ ମସିହାରୁ ଏହି ଘରେ ସେ ଏକାକୀ ରହୁଥିବା ଜଣାଯାଇଛି।

ପୁଲିସ ପକ୍ଷରୁ କୁହାଯାଇଛି ଯେ ସିଆରପିସି ଧାରା ୧୭୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe