ନୂଆଦିଲ୍ଲୀ: ଦୀପାବଳିରେ ପରିବେଶ ହେଲା ପ୍ରଦୂଷଣ । ନିୟମ ମାନିଲେନି ଲୋକେ । ବିଶେଷକରି ବାୟୁ ପ୍ରଦୂଷଣ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ କଟକଣାକୁ ବେଖାତିର କରିଦେଲେ ସମସ୍ତେ । ଦୀପାବଳିରେ ସବୁଜ ବାଣ ବଦଳରେ ଲୋକମାନେ ମନଇଚ୍ଛା ଫୁଟାଇଲେ ଶବ୍ଦ ପ୍ରଦୂଷଣକାରୀ ବାଣ । ଯାହା ଫଳରେ ଅଣନିଃଶ୍ବାସୀ ହୋଇପଡ଼ିଛି ଦିଲ୍ଲୀ । ଲୋକଙ୍କ ଆଖି ପୋଡୁଥିବା ବେଳେ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି। ସମସ୍ତେ ଖୁଁ ଖାଁ ହେଉଛନ୍ତି... 

Advertisment

ଆହୁରି ପଢନ୍ତୁ-

Diwali Pollution- ଆଜି ବି ଫୁଟୁଛି ବାଣ: ଢୋ ଢା… ଠୋ ଠାରେ କମ୍ପୁଛି ପରିବେଶ, ସବୁ କଟକଣାକୁ ଫୁ’ କରି ଉଡ଼ାଇଦେଲେ ଅମାନିଆ

ମଙ୍ଗଳବାର ସକାଳୁ ଦିଲ୍ଲୀ ଆକାଶ ଥିଲା ଧୂଆଁମୟ । ଦୃଶ୍ୟମାନ ଦୂରତା ହ୍ରାସ ସହ ଲୋକଙ୍କ ଆଖି ପୋଡୁଥିଲା । ମଙ୍ଗଳବାର ଦିଲ୍ଲୀ ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ଥିଲା ୩୬୦ । ଏହା ଅତି ଖରାପ ସ୍ଥିତିର ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଦେଇଛି। ଯାନବାହନରୁ ନିର୍ଗତ ଧୂଆଁ ଯୋଗୁ ଅଧିକାଂଶ ସମୟରେ ଦିଲ୍ଲୀରେ ମାତ୍ରାଧିକ ବାୟୁ ପ୍ରଦୂଷଣ ହେଉଥିବା ବେଳେ ଦୀପାବଳି ଏହି ବିପଦକୁ ବଢ଼ାଇ ଦେଇଛି। ଅତ୍ୟଧିକ ପ୍ରଦୂଷଣକାରୀ ବାଣ ବଦଳରେ ସବୁଜ ବାଣ ବ୍ୟବହାର ପାଇଁ ସୁପ୍ରିମକୋର୍ଟ କହିଥିଲେ। କିନ୍ତୁ ଏହା କଡ଼ାକଡ଼ି ଭାବରେ ପାଳନ କରାଯାଇନାହିଁ। ଏଥିପାଇଁ ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି ହୋଇଛି।

ଯାନବାହନରୁ ନିର୍ଗତ ଧୂଆଁ ସାଙ୍ଗକୁ ଦିଲ୍ଲୀ ଆଖପାଖ ଅଞ୍ଚଳରେ ନାଡ଼ାପୋଡି ସ୍ଥିତିକୁ ଆହୁରି ଜଟିଳ କରୁଛି। ଦୀପାବଳି ବେଳେ ବାୟୁ ପ୍ରଦୂଷଣ ନେଉଛି ଚରମ ରୂପ । ୨୦୨୦ରୁ ଦିଲ୍ଲୀରେ ଶବ୍ଦ ସୃଷ୍ଟିକାରୀ ବାଣ ନିଷେଧ କରାଯାଉଛି। କିନ୍ତୁ ତାହା ଠିକ୍ ଭାବରେ  ପାଳନ କରାଯାଉନାହିଁ। ଏବର୍ଷ ମଧ୍ୟ ବିଭିନ୍ନ ବାଣ ଦୋକାନରେ ଏଭଳି ବାଣ ବିକ୍ରି ହୋଇଥିଲା ଏବଂ ଲୋକ ମନଇଚ୍ଛା କିଣିଥିଲେ। ସୁପ୍ରିମକୋର୍ଟଙ୍କ କଟକଣା ପାଳନ ପାଇଁ ଲୋକ ଆଗ୍ରହ ଦେଖାଇ ନଥିଲେ କି ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇନଥିଲା। ଏହାର କୁପରିଣାମ ସ୍ବରୂପ ସ୍ବାସ୍ଥ୍ୟ ପ୍ରତି ଆଶଙ୍କା ଦେଖାଦେଇଛି।

ଆହୁରି ପଢନ୍ତୁ-

Pakistan Air Pollution: ବାଣ ଫୁଟିଲା ଭାରତରେ, ଧୂଆଁ ମାତିଲା ପାକିସ୍ତାନରେ… ସୀମା ଡେଇଁଲା ପ୍ରଦୂଷଣ, ଅଭିଯୋଗ ଆଣିଲା ପାକିସ୍ତାନ

ସେପଟେ ଭାରତ ବାଣରେ ପାକିସ୍ତାନ ଅଣନିଶ୍ବାସୀ ହୋଇପଡିଛି । ଦିଲ୍ଲୀ ପରେ ପାକିସ୍ତାନର ଲହୋର ବାୟୁପ୍ରଦୂଷଣର ୨ୟ ସ୍ଥାନରେ ରହିଛି । ପାକିସ୍ତାନର ପଞ୍ଜାବ ସରକାର ଏଭଳି ଧୂଆଁ ସଙ୍କଟ ଏବଂ ବାୟୁ ପ୍ରଦୂଷଣକୁ ଭାରତ ଆଡ଼େ ଆଙ୍ଗୁଠି ଦେଖାଇଛନ୍ତି । ଭାରତକୁ ଦୋଷ ଦେଇ ସୀମାପାର ପ୍ରଦୂଷଣକୁ ଦାୟୀ କରିଛି ପାକିସ୍ତାନ । ଲାହୋରରେ ବାୟୁ ଗୁଣବତ୍ତା ବିଗିଡ଼ିବା ପରେ ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି । ଯଦିଓ ଗତ କିଛି ଦିନ ଧରି ଲାହୋରରେ ବାୟୁପ୍ରଦୂଷଣ ଦେଖିବାକୁ ମିଳିଛି ମାତ୍ର ଏହାକୁ ପାକିସ୍ତାନ ପଞ୍ଜାବର ସରକାର ନିଜ ଦୋଷ ନମାନି ଏହି ପ୍ରଦୂଷଣକୁ ଦିଲ୍ଲୀର ପ୍ରଦୂଷଣର ପ୍ରଭାବ ବୋଲି କହି ଦୋଷ ଠେଲିଛନ୍ତି । ଏନେଇ ପାକିସ୍ତାନୀ ମିଡିଆ ଡନର ଏକ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ- ଲାହୋରର ଅଧିକାରୀମାନେ ଦାବି କରିଛନ୍ତି ଯେ ନୂଆଦିଲ୍ଲୀ ଏବଂ ଉତ୍ତର ଭାରତୀୟ ସହରଗୁଡ଼ିକରୁ ପ୍ରଦୂଷଣ ବହନ କରୁଥିବା ପବନ ପାକିସ୍ତାନର ପରିସ୍ଥିତିକୁ ଆହୁରି ଖରାପ କରିଛି। ଭାରତରେ ଦୀପାବଳି ଆତସବାଜିରୁ ନିର୍ଗତ ହେଉଥିବା ଧୂଆଁ ସୀମା ଡେଇଁଛି ।