ଭୁବନେଶ୍ବର: ଆଜି ବି ଫୁଟୁଛି ବାଣ । ରାତି ୯ ପରେ ବି ଶୁଭୁଛି ଢୋ ଢା । ଆକାଶରେ ଚମକୁଛି ଆତସବାଜି । ଯଦିଓ ଗତକାଲି ପରି ବାଣ ଫୁଟାର ମାତ୍ରା ଆଜି କମ୍ ଅଛି ତଥାପି ରାତି ୯ଟା ପରେ ବି କାଁ ଭାଁ ଜାରି ରହିଛି । ଗତକାଲି ବି ବାଣ ଫୁଟା ରାତି ୧୨ଟା ଯାଏଁ ଚାଲିଥିଲା । ୯ଟା ଯାଏଁ ଯଦିଓ ବାଣ ଫୁଟା ପାଇଁ ସମୟ ଧାର୍ଯ୍ଯ କରାଯାଇଥିଲା କିନ୍ତୁ କେହି ନିୟମକୁ ମାନିନଥିଲେ । ସବୁ କଟକଣାକୁ ବାଣ ପରି ଫୁଟାଇ ଦେଇ ବାଏଁ ବାଏଁ କରି ଉଡାଇ ଦେଇଥିଲେ । ଆଉ ଆଜି ବି ସେହି ସମାନ ସ୍ଥିତି ଜାରି ରହିଛି… 

Advertisment

ତେବେ ଦୀପାବଳି ପୂର୍ବରୁ ଲମ୍ବା କଟକଣା ଜାରି କରିଥିଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସୁପ୍ରିମକୋର୍ଟ, କମିଶନରେଟ ପୋଲିସ ବି କଟକଣା ଲଗାଇଲେ  କିନ୍ତୁ ସବୁ କଟକଣାକୁ ଫୁ କରି ଉଡାଇଦେଲେ ଅମାନିଆ । ଆକାଶ ହୋଇଗଲା ଧୂଆଁମୟ । ସରକାର ଓ ପ୍ରଶାସନ ସବୁ ଦେଖିଲେ କିନ୍ତୁ  ଚୁପଚାପ ବସିଲେ ।

ସନ୍ଧ୍ୟା ହେଲା ପରେ ସ୍ଥିତି ଏମିତି ଥିଲା ଦ୍ବୈତ ନଗରୀ କଟକ-ଭୁବନେଶ୍ବରର ଦୃଶ୍ୟମୟ ହେଉନଥିଲା । ଆକାଶ ପୂରା ଧୂଆଁ ଧୂଆଁ । କିଛି ବି ଦିଶୁନଥିଲା । ନିୟମ ଥିଲା, ରାତି ୭ରୁ ୯ଟା ଯାଏଁ ବାଣ ଫୁଟିବ । କିନ୍ତୁ ହେଲା କଣ- ରାତି ୧୨ଟା ଯାଏଁ ବି ଢୋ ଢା… ଠୋ ଠୋ… ଚଡଚଡ ଶୁଭୁଥିଲା । କଟକଣାକୁ ଫୁ କରି ରାତି ୯ ପରେ ବି ଲୋକେ  ମନଇଛା ବାଣ ଫୁଟାଇଥିଲେ । ମଧ୍ୟରାତ୍ରୀ ଯାଏ ବାଣ ଗର୍ଜନରେ ଥରିଥିଲା ସହରର ମୁଖ୍ୟରାସ୍ତା ଓ ଗଳିକନ୍ଦି । ଆଉ ସାରା ଆକାଶ ହୋଇଥିଲା ଧୁଆଁମୟ।

ଅଧିକ ପଢନ୍ତୁ-

Firecracker waste: ଏ କି ମାନସିକତା ? ରାତିରେ ବାଣ ଫୁଟାଇଲେ, ସକାଳେ ଦାୟିତ୍ବ ଭୁଲିଗଲେ… ଚାରିଆଡ଼େ ଗଦାଗଦା ବାଣର ଆବର୍ଜନା

ସନ୍ଧ୍ୟା ୭ଟାବେଳେ ଭୁବନେଶ୍ବରର କିଛି ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା। ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ ୬୦୦ ଟପି ଯାଇଥିଲା । ରାତି ପାହିଲା ପରେ ବି ପରିସ୍ଥିତିରେ ସେଭଳି ଆଖି ଦୃଶିଆ ପରିବର୍ତ୍ତନ ଆସିନଥିଲା । ମନଇଚ୍ଛା ବାଣଫୁଟା ଯୋଗୁଁ ରେଡ ଜୋନରେ ରାଜ୍ୟର ଅଧା ଅଞ୍ଚଳ । ସମସ୍ତେ ଖୁଁ ଖାଁ ହେଲେ । ଲୋକେ ଅଣନିଃଶ୍ବାସୀ ବି ହେଲେ । ଖାଲି ଭୁବନେଶ୍ବର କି କଟକ ନୁହେଁ , ଆଜି ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବାୟୁର ମାନ ଅତି ଶୋଚନୀୟ ରହିଥିଲା । ଏହାକୁ ନେଇ ପରିବେଶବିତ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ-

Pakistan Air Pollution: ବାଣ ଫୁଟିଲା ଭାରତରେ, ଧୂଆଁ ମାତିଲା ପାକିସ୍ତାନରେ… ସୀମା ଡେଇଁଲା ପ୍ରଦୂଷଣ, ଅଭିଯୋଗ ଆଣିଲା ପାକିସ୍ତାନ

ବାଣଫୁଟା ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ପୋଲିସ ପ୍ରଶାସନ ଘୋଷଣା କରି ଚୁପ ବସିଗଲା । ନା ପଇଁତରା ମରା ହେଉଥିଲା ନା କାହା ଉପରେ ଆକ୍ସନ ନିଆଯାଉଥିଲା ବରଂ ପରିବେଶକୁ ପ୍ରଦୂଷିତ ହେବାକୁ ଛାଡିଦେଲେ ସମସ୍ତେ । ଏବେ ପ୍ରଶ୍ନ ଉଠୁଛି ପରିବେଶ ପ୍ରଦୂଷଣ ପାଇଁ କାହା ବିରୋଧରେ କିଏ ନେବ କାର୍ଯ୍ୟାନୁଷ୍ଠାନ ?

Diwali | Odisha | firecracker | Police