ଦିଲ୍ଲୀ ବିମାନବନ୍ଦର ନବମ ବ୍ୟସ୍ତବହୁଳ

Advertisment
ଦିଲ୍ଲୀ ବିମାନବନ୍ଦର ନବମ ବ୍ୟସ୍ତବହୁଳ

Rightsofemployees.com

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦର ହେଉଛି ବିଶ୍ବର ନବମ ବ୍ୟସ୍ତବହୁଳ। ଏୟାରପୋର୍ଟସ୍‌ କାଉନ୍‌ସିଲ୍ ଇଣ୍ଟରନ୍ୟାସନାଲ୍ ନାମକ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ୨୦୨୨ ରାଙ୍କିଙ୍ଗ୍‌ ଅନୁସାରେ ଦିଲ୍ଲୀ ବିମାନବନ୍ଦରରେ ୭.୫ କୋଟିରୁ ଅଧିକ ଯାତ୍ରୀ ପ୍ରବେଶ କରିଥିଲେ। ପୂର୍ବବର୍ଷ ତୁଳନାରେ ଏହି ସଂଖ୍ୟା ୫୬.୨ ପ୍ରତିଶତ ଅଧିକ।

ବିଶ୍ବର ସବୁଠୁ ବ୍ୟସ୍ତବହୁଳ ସହର ମଧ୍ୟରେ ଏକ ନମ୍ବର ସ୍ଥାନରେ ଆଟ୍‌ଲାଣ୍ଟା ଆନ୍ତର୍ଜାତିକ ବିମାନ ବନ୍ଦର ଥିବା ବେଳେ ତା’ପଛକୁ ରହିଛି ଡଲାସ୍‌, ଡେନ୍‌ଭର ଓ ଚିକୋଗୋ ବିମାନବନ୍ଦର। ଶ୍ରେଷ୍ଠ ୧୦ ତାଲିକା ଭିତରେ ଦୁବାଇ, ଲସ୍‌ ଆଞ୍ଜେଲ୍‌ସ, ଇସ୍ତାନବୁଲ୍‌, ଲଣ୍ଡନର ହିଥ୍ରୋ ଓ ପ୍ୟାରିସ୍‌ ବିମାନବନ୍ଦର ନାମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe