ଏୟାର୍‌ ଇଣ୍ଡିଆର ଦୁଇଟି ବିମାନକୁ ଲଣ୍ଡନ୍‌ରେ ଅବତରଣ ନ କରାଇ ଦେବା ଲାଗି ଖଲିସ୍ତାନୀ ସଙ୍ଗଠନର ଧମକ ପରେ ଦିଲ୍ଲୀ ବିମାନବନ୍ଦରରେ ସତର୍କତା

Advertisment
ବ୍ରିଟେନ ଅଦାଲତରେ ଏୟାର ଇଣ୍ଡିଆକୁ ସାମୟିକ ଆଶ୍ବସ୍ତି

Image Courtesy of India Today

ନୂଆଦିଲ୍ଲୀ: ଆସନ୍ତାକାଲି ଏୟାର୍‌ ଇଣ୍ଡିଆର ଦୁଇଟି ବିମାନକୁ ଲଣ୍ଡନ୍‌ରେ ଅବତରଣ  କରାଇ ଦେବେନାହିଁ ବୋଲି ଖଲିସ୍ତାନୀ ସଙ୍ଗଠନରୁ ଧମକ ପାଇବା ପରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସତର୍କତା ଜାରି କରାଯାଇଛି।

ଦିଲ୍ଲୀ ପୁଲିସ କହିବା ଅନୁସାରେ, ‘ଖଲିସ୍ତାନ କମାଣ୍ଡୋ ଫୋର୍ସ’ ନାମକ ଏକ ସଙ୍ଗଠନ ଏଭଳି ଧମକ ଦେଇଛି। ଏ ସଂକ୍ରାନ୍ତରେ ବିମାନ ବନ୍ଦରର ଡିସିପି ରାଜୀବ ରଞ୍ଜନ ଗଣମାଧ୍ୟମକୁ କହିଛନ୍ତି, ‘ଖଲିସ୍ତାନ କମାଣ୍ଡୋ ଫୋର୍ସ’ ସହ ସମ୍ପୃକ୍ତ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁ ‌ଏକାଧିକ ଲୋକଙ୍କୁ ଫୋନ୍ କରି କହିଛନ୍ତି ଯେ, ନଭେମ୍ବର ୫ ତାରିଖ ଦିନ ଏହି ସଙ୍ଗଠନ ଏୟାର୍‌ ଇଣ୍ଡିଆର ଦୁଇଟି ବିମାନକୁ ଲଣ୍ଡନରେ ଅବତରଣ କରାଇ ଦେବନାହିଁ।

publive-image Image Courtesy of Dailyhunt

ଏହି ସୂଚନା ଆଧାରରେ ଓ ଦିଲ୍ଲୀ ପୁଲିସ ସମେତ ବିମାନ ବନ୍ଦର କର୍ତ୍ତୃପକ୍ଷ, ଏୟାର୍‌ ଇଣ୍ଡିଆ ଏବଂ ବିମାନ ବନ୍ଦର ସୁରକ୍ଷାରେ ନିୟୋଜିତ ‘ସିଆଇଏସ୍‌ଏଫ୍‌’ଙ୍କୁ ସତର୍କ କରାଇ ଦିଆଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ନୂଆଦିଲ୍ଲୀରେ ୧୯୮୪ ନଭେମ୍ବର ହୋଇଥିବା ଶିଖବିରୋଧୀ ଦଙ୍ଗାର ୩୬ତମ ବାର୍ଷିକୀ ମଧ୍ୟ ନଭେମ୍ବର ୫ ତାରିଖରେ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe