www.indiatoday.in
ନୂଆଦିଲ୍ଳୀ: ଦେଶରେ ମଙ୍କିପକ୍ସ ଆତଙ୍କ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସଚେତନତା କଡ଼ାକଡ଼ି ହୋଇଛି। ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଯେଉଁମାନଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଥିବ ସେମାନଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ସିଧା ଲୋକ ନାୟକ ଜୟ ପ୍ରକାଶ(ଏଲ୍ଏନ୍ଜେପି) ହସ୍ପିଟାଲ୍କୁ ପଠାଯିବ।
ଯେଉଁ ଯାତ୍ରୀଙ୍କ ଶରୀରରେ ଜ୍ବର ଓ ଗଣ୍ଠି ଯନ୍ତ୍ରଣା ଦେଖାଯିବ ସେମାନଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ତୁରନ୍ତ ଏଲ୍ଏନ୍ଜେପି ହସ୍ପିଟାଲ୍ ପଠାଇଯାଇ ସ୍ବାସ୍ଥ୍ୟ ଯାଞ୍ଚ୍ କରାଯିବ ବୋଲି ସୂତ୍ରରୁ ଜାଣିବାକୁ ମିଳିଛି। ସେଠାରେ ସେମାନଙ୍କୁ ପୃଥକ କରି ରଖାଯିବ। ମଙ୍କିପକ୍ସ ଆକ୍ରାନ୍ତମାନଙ୍କ ଚିକିତ୍ସା କରିବା ପାଇଁ ଦିଲ୍ଳୀର ଏଲ୍ଏନ୍ଜେପି ହସ୍ପିଟାଲ୍ରେ ଏକ ସ୍ବତନ୍ତ୍ର ୨୦ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି।
ମଙ୍କିପକ୍ସ ଲକ୍ଷଣ ଥିବା ଯାତ୍ରୀମାନଙ୍କ ନମୁନାକୁ ପୁନେର ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯିବ। ଜିଲ୍ଲା ପ୍ରଶାସନ ସେମାନଙ୍କ ପରିବାର ଓ ସେମାନଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କ କଣ୍ଟାକ୍ଟ ଟ୍ରାସିଂ କରିବେ।
ରବିବାର ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପସ୍କ ମାମଲା ଚିହ୍ନଟ ହେବା ପରେ ଦିଲ୍ଲୀର ଲ୍ୟୁଟେନାଣ୍ଟ୍ ଗଭର୍ଣ୍ଣର୍ ଭିକେ ସକ୍ସେନା ସୋମବାର ଏକ ବୈଠକ ଡକାଇ ଏହି ନିଷ୍ପତ୍ତି ନେଇଛନ୍ତି।
ମଙ୍କିପକ୍ସରେ ସଂକ୍ରମିତ ୩୪ ବର୍ଷୀୟ ଦିଲ୍ଲୀର ଏହି ବ୍ୟକ୍ତିଙ୍କର ନମୁନା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପୁନେକୁ ପଠାଯାଇଥିଲା। ସେଠାରେ ତାଙ୍କ ନମୁନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି। ସଂପୃକ୍ତ ସଂକ୍ରମିତ ବ୍ୟକ୍ତିଜଣକ ପଶ୍ଚିମ ଦିଲ୍ଲୀର ବାସିନ୍ଦା। ତାଙ୍କ ଠାରେ ମକ୍ସିପକ୍ସ ରୋଗର ଲକ୍ଷଣ ଦେଖାଦେବା ପରେ ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜ ହସ୍ପିଟାଲରେ ପ୍ରାୟ ୩ ଦିନ ତଳେ ଭର୍ତ୍ତି କରାଯାଇଥିଲା।
Follow Us