ବଢୁଛି ମଙ୍କିପକ୍ସ ଚିନ୍ତା; କେରଳରେ ହାଇ ଆର୍ଲଟ ଜାରି, ବିଚଳିତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

Advertisment
‘ମଙ୍କିପକ୍ସ’ର ନାମ ଏବେ ‘ଏମ୍‌ପକ୍ସ’

Image Courtesy of India Today

ତିରୁବନନ୍ତପୁରମ୍‌: ଦେଶରେ ସମୁଦାୟ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ରହିଛନ୍ତି ୩ ଜଣ। ସେହି କାରଣରୁ କେରଳରେ ହାଇ ଆର୍ଲଟ ଜାରି କରାଯାଇଛି। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଥର୍ମାଲ୍‌ ସ୍କାନ୍‌ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ବନ୍ଦରରେ ଏହି ଥର୍ମାଲ୍‌ ସ୍କାନ୍‌ କରିବା ପାଇଁ ସେଠାରେ ଏକ ସ୍ବତନ୍ତ୍ର ହେଲ୍‌ଥ୍ ଡେସ୍କ ଗଠନ କରାଯାଇଛି। ଯେଉଁମାନଙ୍କ ଶରୀରରେ ଜ୍ବର କିମ୍ବା ମଙ୍କିପସ୍କର ଅନ୍ୟ ଲକ୍ଷଣ ଦେଖାଯିବ ସେମାନଙ୍କୁ ତୁରନ୍ତ ପୃଥକବାସରେ ରଖାଯିବ।

ମନ୍ତ୍ରୀ ତାଙ୍କ ରାଜ୍ୟର ଲୋକମାନଙ୍କୁ ସଚେନତ ହେବାକୁ ପରାମର୍ଶ ଦେବା ସହ ମଙ୍କିପକ୍ସ ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ସକ୍ରିୟ ରହିଛନ୍ତି ବୋଲି ସେ କହିଛନ୍ତି। ୧୪ଟି ଜିଲ୍ଳାରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ଲୋକମାନଙ୍କୁ ବିଶେଷ ବିଚଳିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜଧାନୀ ‌ଦିଲ୍ଳୀରେ ୪ର୍ଥ ମାମଲା ଚିହ୍ନଟ ହେବା ପୂର୍ବରୁ ପ୍ରଥମେ ଗତ ୧୪ ତାରିଖରେ ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା କେରଳରେ ଚିହ୍ନଟ ହୋଇଥିଲା । ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଥିଲେ । ଉକ୍ତ ବ୍ୟକ୍ତି ଗତ ୧୨ ତାରିଖରେ ୟୁଏଇରୁ ଆସି କେରଳର ତିରୁଅନନ୍ତପୁରମରେ ଓହ୍ଲାଇଥିଲେ । ସେହିପରି ଜୁଲାଇ ୧୮ରେ ଦେଶର ୨ୟ ମଙ୍କିପକ୍ସ ମାମଲା କେରଳର କୁନ୍ନୁରରେ ଚିହ୍ନଟ ହୋଇଥିଲା । ସେ ବି ଦୁବାଇରୁ ଆସିଥିଲେ । ଜୁଲାଇ ୨୨ ତାରିଖରେ ୩ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା। କେରଳ ମାଲାପ୍ପୁରମର ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ବେଳେ ସେ ବି ୟୁଏଇରୁ ଜୁଲାଇ ୬ରେ ଭାରତ ଫେରିଥିଲେ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe