ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ବଡ଼ ଯୋଜନା, ୨୦ଦିନରେ ୫,୦୦୦ ରୢାଲି

Advertisment
ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ବଡ଼ ଯୋଜନା, ୨୦ଦିନରେ ୫,୦୦୦ ରୢାଲି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ଫେବ୍ରୁ୍ଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବ‌ାଚନ ଥିବାବେଳେ ବିଜେପି ୨୦ ଦିନରେ ୫,୦୦୦ ରୢାଲି କରିବାପାଇଁ ଯୋଜନା କରିଛି। ଶାସକ ଆପ୍‌ ଦଳକୁ ହଟାଇବାପାଇଁ ବିଜେପି କସରତ ଜାରି ରଖିଛି। ବିଜେପିର ଯୋଜନା ଅଧୀନରେ ଦୈନିକ ଏହା ଦିଲ୍ଲୀର ୭୦ଟି ନିର୍ବାଚନମଣ୍ଡଳୀରେ ୩ରୁ ୪ଟି ରୢାଲି କରିବ। ଅର୍ଥାତ୍‌ ଦିନକୁ ଏହା ପ୍ରାୟ ୨୫୦ ରୢାଲି କରିବ । ୫,୦୦୦ ରୢାଲି ଏବଂ ବୈଠକରେ ଅତି କମ୍‌ରେ ୨୦୦ରୁ ଅଧିକ ଲୋକ ଯୋଗ ଦେବେ ବୋଲି ଆଶା ପୋଷଣ କରାଯାଇଛି। କାରଣ କେନ୍ଦ୍ରୀୟ ନେତୃତ୍ବ ପକ୍ଷରୁ ‌ଛୋଟ ରୢାଲି କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହାଦ୍ବାରା ଲୋକଙ୍କ ସହ ସିଧାସଳଖ କଥା ହେବାପାଇଁ ଲକ୍ଷ୍ୟ ରଖାଯାଇଛି। ନିର୍ବାଚନୀ ପ୍ରଚାରରେ ବିଜେପିର ପ୍ରାୟ ୧୦୦ ନେତା ଯୋଗ ଦେବେ। ବହୁ ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ନିର୍ବାଚନୀ ପ୍ରଚାରରେ ଅଂଶଗ୍ରହଣ କରିପାରନ୍ତି। ସୂଚନାନୁଯାୟୀ ଦିଲ୍ଲୀ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୧୦ରୁ ଅଧିକ ରୢାଲି କରିବାପାଇଁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ ବିଜେପି ପକ୍ଷରୁ ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୭ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe