image source--hindustantimes
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୫୭ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କ ଦ୍ବାରା ଜାରି ହୋଇଥିବା ଏହି ତାଲିକାରେ ପୂର୍ବତନ ଆପ୍ ବିଧାୟକ କପିଲ ମିଶ୍ରା ଅଛନ୍ତି। ତାଲିକାରେ ୧୧ ଏସ୍ସି ଏବଂ ୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ତେବେ ଦଳ ପକ୍ଷରୁ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ନୂଆଦିଲ୍ଲୀ ଆସନରୁ କେଜ୍ରିୱାଲ୍ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିରୋଧରେ ବିଜେପି ଖୁବ୍ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛି। କପିଲ ମିଶ୍ରା ମଡେଲ୍ ଟାଉନ୍ରୁ ନିର୍ବାଚନ ଲଢ଼ିବେ। ଉଲ୍ଲେଖଯୋଗ୍ୟ ଦିଲ୍ଲୀରେ ୭୦ ବିଧାନସଭା ଆସନରେ ଆସନ୍ତା ଫେବ୍ରୁଆରି ୮ ତାରିଖରେ ନିର୍ବାଚନ ହେବ ଏବଂ ୧୧ ତାରିଖରେ ଭୋଟ୍ଗଣତି ହେବ। ଗତ ୬ ତାରିଖରୁ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି।
Follow Us