ଦିଲ୍ଲୀ ବିଧାନସଭା ନିର୍ବାଚନ: କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ କହିଲେ ଜାଭଡ଼େକର

Advertisment
ଦିଲ୍ଲୀ ବିଧାନସଭା ନିର୍ବାଚନ: କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ କହିଲେ ଜାଭଡ଼େକର

ndtv

ନୂଆଦିଲ୍ଲୀ : ନିକଟରେ ଜଣେ ବିଜେପି ନେତା ପ୍ରବେଶ ବର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ କହିଥିବାବେଳେ ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ମଧ୍ୟ ସେହି ସମାନ କଥା କହିଛନ୍ତି। ଜାଭଡ଼େକର କହିଛନ୍ତି କେଜ୍ରିୱାଲ୍‌ ଜଣେ ଆତଙ୍କବାଦୀ ଏବଂ ଏନେଇ ଅନେକ ପ୍ରମାଣ ରହିଛି। ୨୦୧୪ରେ କେଜ୍ରିୱାଲ୍‌ ନିଜକୁ ଅରାଜକତାବାଦୀ କହିଥିଲେ। କେଜ୍ରିୱାଲ୍‌ଙ୍କ ଏହି ଟିପ୍ପଣୀକୁ ଆଧାର କରି ଜାଭଡ଼େକର କହିଛନ୍ତି, ଅରାଜକତାବାଦୀ ଏବଂ ଆତଙ୍କବାଦୀ ମଧ୍ୟରେ ବିଶେଷ କିଛି ତଫାତ୍‌ ନାହିଁ। ତେଣୁ କେଜ୍ରିୱାଲ୍‌ ଜଣେ ଆତଙ୍କବାଦୀ। ତେବେ ଜାଭଡ଼େକରଙ୍କ ଏହି ଟିପ୍ପଣୀ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆପ୍‌ ସାଂସଦ ସଂଜୟ ସିଂହ ବିଜେପିକୁ ଚ୍ୟାଲେଂଜ କରିଛନ୍ତି । ଯଦି କେଜ୍ରିୱାଲ୍‌ ଜଣେ ଆତଙ୍କବାଦୀ ତେବେ ତାଙ୍କୁ ଗିରଫ କରାଯାଉ ବୋଲି ସିଂହ କହିଛନ୍ତି। ଆମ ଦେଶର ରାଜଧାନୀରେ ଏଭଳି ଘଟଣା ଘଟୁଛି। ଯେଉଁଠି କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ୍ ଉପସ୍ଥିତିରେ ଜଣେ କେନ୍ଦ୍ର ମନ୍ତ୍ରୀ ଏଭଳି ଭାଷା ବ୍ୟବହାର କରୁଛନ୍ତି। ପୂର୍ବରୁ ବିଜେପି ସାଂସଦ ପ୍ରବେଶ ବର୍ମା କେଜ୍ରିୱାଲ୍‌ଙ୍କୁ ଆତଙ୍କବାଦୀ କହିଥିବାରୁ ନିର୍ବାଚନ କମିସନ୍‌ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe