aajtak.intoday.in
ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆମ ଆଦମୀ ପାର୍ଟିି 'କେଜ୍ରିୱାଲ କି ୧୦ଗ୍ୟାରେଣ୍ଟି' ଜାରି କରିଛି। ଏହାକୁ ଜାରି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ମୋ ତରଫରୁ ଦିଲ୍ଲୀର ଜନତାମାନଙ୍କୁ ୧୦ଟି ଗ୍ୟାରେଣ୍ଟି ଦିଆଯାଉଛି। ଆମ ଦଳ କ୍ଷମତାକୁ ଆସିଲେ ଏହି ୧୦ଟି ଗ୍ୟାରେଣ୍ଟିର ଲାଭ ଦିଲ୍ଲୀବାସୀ ଆଗାମୀ ୫ବର୍ଷରେ ନେଇ ପାରିବେ। ଆଗାମୀ କିଛି ଦିନ ମଧ୍ୟରେ ଆପର ମାନିିଫେଷ୍ଟୋ ମଧ୍ୟ ଜାରିି କରାଯିବ। ଜାରି କରାଯିବାକୁ ଥିବା ମାନିିଫେଷ୍ଟୋରେ ଡାକ୍ତର, ଶିକ୍ଷକ, ଛାତ୍ର, ସଫେଇ କର୍ମଚାରୀଙ୍କୁ ଗୁରୁତ୍ବ ଦିଆଯିବ। କିନ୍ତୁ ଏବେ ଜାରି କରାଯାଇଥିବା ଗ୍ୟାରେଣ୍ଟି କାର୍ଡର ଲାଭ ସମସ୍ତ ଦିଲ୍ଲୀବାସୀ ଉଠାଇ ପାରିବେ। ଦିଲ୍ଲୀରେ ଲୋକେ ଯେଉଁ ସବୁ ସମସ୍ୟାର ସାମ୍ନା କରୁଛନ୍ତି ତାକୁ ଆଖି ଆଗରେ ରଖି ଏହି ୧୦ଟି ଗ୍ୟାରେଣ୍ଟି କାର୍ଡ ତିଆରିି କରାଯାଇଛି।
latestly.comତେବେ କେଜ୍ରିୱାଲଙ୍କ ପକ୍ଷରୁ ଜାରି କରାଯାଇଥିବା ଗ୍ୟାରେଣ୍ଟି କାର୍ଡରେ, ଛାତ୍ର-ଛାତ୍ରୀମାନଙ୍କୁ ମାଗଣା ବସ ଯାତ୍ରାର ସୁବିଧା ଦିଆଯିବା ସହ ୨୪ଘଣ୍ଟା ପାଣି ଓ ବିଦ୍ୟୁତ୍ ଦିଲ୍ଲୀବାସୀ ପାଇ ପାରିବେ ବୋଲି ଲେଖାଯାଇଛି। ଉଲ୍ଲେଖ୍ୟଯୋଗ୍ୟ, ୨୦୧୫ରେ ୭୦ଟି ବିଧାନସଭା ଆସନରୁ ୬୭ଟି ଆସନ ହାତେଇଥିଲା ଆପ୍। ଏବେ ଆଗାମୀ ନିର୍ବାଚନ ଜିତିବା ପାଇଁ ଆପ୍ ଦିଲ୍ଲୀବାସୀଙ୍କ ପାଣି ଓ ବିଦ୍ୟୁତ୍ ସମସ୍ୟା ଦୂର କରିବାର ପ୍ରତିଶୃତି ଦେଇଛି। ଠିକ୍ ସମୟରେ ପାଣି ନ ଆସିବା ବା ୨୪ଘଣ୍ଟା ବିଦ୍ୟୁତ୍ ପାଇ ପାରୁ ନଥିବାରୁ ଦିଲ୍ଲୀବାସୀ ଅନେକ ସମୟରେ ଏ ନେଇ ସ୍ବର ଉତ୍ତୋଳନ କରିଥିବା ବେଳେ ଆପ୍ କ୍ଷମତାକୁ ଆସିଲେ ଦିଲ୍ଲୀବାସୀଙ୍କ ଏହି ସବୁ ସମସ୍ୟା ଦୂର ହୋଇଯିବ ବୋଲି ଗ୍ୟାରେଣ୍ଟି କାର୍ଡ ଜରିଆରେ ଜଣାଇଛନ୍ତି କେଜ୍ରିୱାଲ।
Follow Us