ଦିଲ୍ଲୀ ବିଧାନସଭା ନିର୍ବାଚନ: ଅପରାହ୍ଣ ୧ଟା ସୁଦ୍ଧା ୧୯ ପ୍ରତିଶତ ମତଦାନ

Advertisment
ଦିଲ୍ଲୀ ବିଧାନସଭା ନିର୍ବାଚନ: ଅପରାହ୍ଣ ୧ଟା ସୁଦ୍ଧା ୧୯ ପ୍ରତିଶତ ମତଦାନ

image source-news18

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅପରାହ୍ଣ ୧ଟା ସୁଦ୍ଧା ମାତ୍ର ୧୯ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି। ନିର୍ଦ୍ଧାରିତ ସମୟ ଶନିବାର ସକାଳ ୮ଟା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ବୁଥଗୁଡ଼ିକରେ ଭୋଟ୍‌ ଗ୍ରହଣ ଚାଲିବ। ଏଥିରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
ଏହି ମତଦାନ ପ୍ରକ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନିଜ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି।ଏମାନଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ। ଉଭୟେ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟସ୍ଥିତ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି।

publive-image image source-news18

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଲ .କେ ଆଡଭାନି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।
ସେହିପରି ନୂଆଦିଲ୍ଲୀ ବିଧାନସଭା ପୋଲିଂ ବୁଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସପରିବାର ମତଦାନ କରିଛନ୍ତି। ତାଙ୍କ ସହ ପତ୍ନୀ ସୁନୀତା କେଜରିୱାଲ, ପୁଅ ପୁଲକିତ ଏବଂ ପିତା ମାତା ବି ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏତଦ୍ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର୍ ମନମୋହନ ସିଂହ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନସାରୀ ପ୍ରମୁଖ ବି ମତଦାନ କରିଛନ୍ତି।

ବଲିଉଡ କଳାକାର ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଠିକ୍ ସେହିପରି ବଲିଉଡର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ ବି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe