ଦିଲ୍ଲୀ ବିଧାନସଭା ନିର୍ବାଚନ: ​​ବିଜେପି ଏକତରଫା ବିଜୟ ମୁହାଁ

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପି ୫୦ ଆସନ ଛୁଇଁଛି...

ଅଦ୍ୟତନ ହୋଇଛି
Delhi Assembly Elections: BJP Faces One-Way Victory

Delhi Assembly Elections: BJP Faces One-Way Victory Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।   ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ  ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ବିଜେପି  ୫୦ ଆସନ ଛୁଇଁଛି। ଏହା ସହିତ ବିଜେପି ଏକତରଫା ବିଜୟ ମୁହାଁ ହୋଇଛି।

ବିଜେପିର ନେତୃତ୍ୱ ସମ୍ପର୍କରେ ମନୋଜ ତିୱାରୀ କହିଛନ୍ତି, ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ଅଛି। ମୁଁ ବିଶ୍ୱାସ କରେ ଯେ, ସଂଖ୍ୟା ଏହାଠାରୁ ଆହୁରି ଭଲ ହେବ। ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭରସା କରିଛନ୍ତି।

ଅଧିକ ପଢ଼ନ୍ତୁ: ଅରବିନ୍ଦ କେଜ୍ରିୱାଲ୍‌ ୪ର୍ଥ ଥର ମୁଖ୍ୟମନ୍ତ୍ରୀ ହେବେ: ଅତିଶୀ

ଦିଲ୍ଲୀର ପ୍ରତ୍ୟେକ ବର୍ଗ ଆମ ଆଦମୀ ପାର୍ଟିଠାରୁ ନିଜକୁ ଦୂରେଇ ରଖିଛନ୍ତି। ଆଜି ଫଳାଫଳ ବିଜେପି ହାତେଇବ। ଆପ୍ ଯେଉଁଭଳି ଭାବରେ କୁଶାସନ କଲା , ଦୁର୍ନୀତିରେ ଲିପ୍ତ ରହିଲା, ଶୀଶମହଲ ନିର୍ମାଣ କଲା, ଜନତା ତାହାର ଜବାବ ଦେଉଛନ୍ତି।

ଅଧିକ ପଢ଼ନ୍ତୁ:  ଦିଲ୍ଲୀ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ, ବିଜେପି ୫୦ ଆସନ ଛୁଇଁଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe