ଦିଲ୍ଲୀ ବିଧାନସଭା ନିର୍ବାଚନ: ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

Advertisment

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଦିଲ୍ଲୀର କାଲ୍‌କାଜୀ ନିର୍ବାଚନମଣ୍ଡଳୀରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ଆପ୍‌ ନେତ୍ରୀ ଅଳକା ଲାମ୍ବା ଦଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଦିଲ୍ଲୀର କାଲ୍‌କାଜୀ ନିର୍ବାଚନମଣ୍ଡଳୀରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ଆପ୍‌ ନେତ୍ରୀ ଅଳକା ଲାମ୍ବା ଦଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

dssdds

ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଦିଲ୍ଲୀର କାଲ୍‌କାଜୀ ନିର୍ବାଚନମଣ୍ଡଳୀରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ଆପ୍‌ ନେତ୍ରୀ ଅଳକା ଲାମ୍ବା ଦଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ଏକ ପ୍ରେସ୍‌ ବିବୃତି ଜାରି କରି ଏଆଇସିସି କହିଛି ଯେ କେନ୍ଦ୍ରୀୟ ନିର୍ବାଚନ କମିଟି ଅଳକା ଲାମ୍ବାଙ୍କ ପ୍ରାର୍ଥିତ୍ବକୁ ସ୍ବୀକୃତି ପ୍ରଦାନ କରିଛନ୍ତି। କାଲ୍‌କାଜୀରେ ପ୍ରାର୍ଥୀ ଘୋଷଣା ହେବାପରେ ଅଳକା ଲାମ୍ବା କହିଛନ୍ତି,  ମୁଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛି ବୋଲି ଭାବୁନାହିଁ। କେଜ୍ରିୱାଲ ନିଜେ ଆତିଶୀଙ୍କୁ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେଣୁ ଆତିଶୀଙ୍କ ପାଖରେ ମାତ୍ର ଆଉ କିଛି ଦିନ ବାକି ଅଛି।  ଅଳକା ଲାମ୍ବା କହିଛନ୍ତି, ସାମ୍ବିଧାନିକ ପଦବିରେ ଥିବା ଜଣେ ମହିଳା ଭାବେ ଆତିଶୀ ନିଜ ପଦବିକୁ ଅସମ୍ମାନ କରିଛନ୍ତି। କେଜ୍ରିୱାଲଙ୍କ ଦ୍ବାରା ତାଙ୍କୁ ଅସ୍ଥ‌ାୟୀ ମୁଖ୍ୟମନ୍ତ୍ରୀ କୁହାଯିବା ପ୍ରସଙ୍ଗରେ ସେ ତାଙ୍କ ମତ ସ୍ପଷ୍ଟ କରିବା ଉଚିତ। ଉଲ୍ଳେଖ‌ଯୋଗ୍ୟ,  ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ‌‌ରେ ଆତିଶୀ ୫୫ ହଜାରରୁ ଅଧିକ ଭୋଟ୍‌ରେ କାଲକାଜୀ ଆସନରେ ନିର୍ବାଚନ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe