ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ନିର୍ବାଚନ ମୈଦାନରେ ବିଜେପି, ଆପ୍ ମଧ୍ୟରେ କଡ଼ା ଟକ୍କର ହେବାର ଆଶା ରହିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି।
ନିର୍ବାଚନ ଫଳାଫଳ ହିଁ ନିର୍ଦ୍ଧାରଣ କରିବ ଯେ ଆପ୍ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତାରେ ରହିବ ନା ବିଜେପି ୨୭ ବର୍ଷ ପରେ କ୍ଷମତାକୁ ଫେରିବ। ୨୦୧୫ ଏବଂ ୨୦୨୦ରେ ହୋଇଥିବା ନିର୍ବାଚନରେ ଆପ୍ ଜବରଦସ୍ତ ବିଜୟ ହାସଲ କରିଥିଲା।
ଅଧିକ ପଢ଼ନ୍ତୁ: କାହା ପାଖରେ ରହିବ ଦିଲ୍ଲୀରେ କ୍ଷମତା? ଭୋଟ ଗଣତି ଆରମ୍ଭ; ବଢ଼ିଲା ହୃଦ୍ସ୍ପନ୍ଦନ
ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତ ୫ତାରିଖ ଦିନ ମତଦାନ ହୋଇଥିଲା। ମତଦାନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ ଆସିଥିଲା। ଅଧିକାଂଶ ସଂସ୍ଥା ଏଥର ଦିଲ୍ଲୀରେ ବିଜେପି ସରକାର ସପକ୍ଷରେ ରିପୋର୍ଟ ଦେଇଥିଲେ।
ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି: ୨୫ ବେସିକ୍ ପଏଣ୍ଟ୍ରେ ଖସିଲା ରେପୋ ରେଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/08/iPXVisd98sQnrRTTkrk5.jpg)