ଦିଲ୍ଲୀ ବିଧାନସଭା ନିର୍ବାଚନ: କେଜ୍ରିୱାଲ ବନାମ ପରବେଶ୍‌ ଲଢ଼େଇ

Advertisment

ଆଉ ମାତ୍ର କିଛି ସପ୍ତାହ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ବିଜେପି ୪ ଜଣ ବର୍ତ୍ତମାନର ବିଧାୟକ, ୨ ଜଣ ପୂର୍ବତନ ସାଂସଦ ଏବଂ ୮ ଜଣ ପୂର୍ବତନ ବିଧାୟକଙ୍କୁ ଟିକେଟ୍‌ ଦେଇଛି।

ଆଉ ମାତ୍ର କିଛି ସପ୍ତାହ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ବିଜେପି ୪ ଜଣ ବର୍ତ୍ତମାନର ବିଧାୟକ, ୨ ଜଣ ପୂର୍ବତନ ସାଂସଦ ଏବଂ ୮ ଜଣ ପୂର୍ବତନ ବିଧାୟକଙ୍କୁ ଟିକେଟ୍‌ ଦେଇଛି।

ddgdgdgdg

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସପ୍ତାହ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ବିଜେପି ୪ ଜଣ ବର୍ତ୍ତମାନର ବିଧାୟକ, ୨ ଜଣ ପୂର୍ବତନ ସାଂସଦ ଏବଂ ୮ ଜଣ ପୂର୍ବତନ ବିଧାୟକଙ୍କୁ ଟିକେଟ୍‌ ଦେଇଛି।  ପୂର୍ବତନ ପଶ୍ଚିମ ଦିଲ୍ଲୀ ସାଂସଦ ପରବେଶ୍‌ ବର୍ମା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନୂଆଦିଲ୍ଲୀ ବିଧାନସଭା  ଆସନରୁ ଲଢ଼ିବେ।  ଅନ୍ୟପ‌କ୍ଷେ ପୂର୍ବତନ ଦକ୍ଷିଣ ଦିଲ୍ଲୀ ସାଂସଦ ରମେଶ ବିଧୁରୀ କାଲ୍‌କାଜୀରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି
ତାଲିକାରେ ୪ ପୂର୍ବତନ ମନ୍ତ୍ରୀ

 ଏଥିସହ ଦିଲ୍ଲୀର ୪ ଜଣ ପୂର୍ବତନ ମନ୍ତ୍ରୀ ତଥା କୈଳାଶ ଗେହଲଟ, ରାଜ୍‌ କୁମାର ଆନନ୍ଦ, ଅରବିନ୍ଦର ସିଂହ ଲଭ୍‌ଲି ଏବଂ ରାଜକୁମାର ଚୌହାନଙ୍କୁ ଟିକେଟ୍‌ ମିଳିଛି। କୈଳାଶ ଗେହଲଟ ଏବଂ ରାଜ୍‌ କୁମାର ଆନନ୍ଦ ପୂର୍ବ ଆପ୍‌ ସରକାରରେ ଥିବାବେଳେ ଅରବିନ୍ଦର ସିଂହ ଲଭ୍‌ଲି ଏବଂ ରାଜକୁମାର ଚୌହାନ ଶିଲା ଦିକ୍ଷିତଙ୍କ ସରକାରରେ ୨୦୦୩ରୁ ୨୦୧୩ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବରେ  ଥିଲେ।  ଗାନ୍ଧୀ ନଗରରେ ବର୍ତ୍ତମାନ ବିଧାୟକ ଥିବା ଅନିଲ କୁମାର ବାଜପେୟୀଙ୍କ ସ୍ଥାନ‌ରେ ଲଭ୍‌ଲି ପ୍ରାର୍ଥୀ ‌ହୋଇଛନ୍ତି।  ବାଜପେୟୀ ୨୦୧୫ରେ ଆପ୍‌ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ପରେ ସେ ଦଳ ବଦଳ କରି ୨୦୨୦ରେ ବି‌ଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଜିତିଥିଲେ।  କୈଳାସ ଗେହଲଟଙ୍କ ଆସନ ନଜଫଗଡ଼ରୁ ବିଜବାସନକୁ ବଦଳାଯାଇଛି। ରାଜ କୁମାର ଆନନ୍ଦ ପଟେଲ ନଗରରରୁ ନିର୍ବାଚନ ଲଢ଼ିବେ ଏବଂ ଲଭ୍‌ଲି ଗାନ୍ଧୀ ନଗରରୁ ନିର୍ବାଚନ ଲଢ଼ିବେ।  ଚୌହାନ ମଙ୍ଗଲପୁରୀ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ।  ଉଲ୍ଳେଖଯୋଗ୍ୟ,  ଚଳିତ ବର୍ଷ ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe