ଦିଲ୍ଲୀ ବିଧାନସଭା ନିର୍ବାଚନ: ଫେବ୍ରୁଆରି ୫ରେ ଭୋଟ, ୮ରେ ଗଣତି

Advertisment

ଆସନ୍ତା ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ। ନିର୍ବାଚନ କମିସନ୍‌ ଆଜି ଏନେଇ ଘୋଷଣା କରିଛନ୍ତି।

ଆସନ୍ତା ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ। ନିର୍ବାଚନ କମିସନ୍‌ ଆଜି ଏନେଇ ଘୋଷଣା କରିଛନ୍ତି।

sssfsf

Photograph: ( India Today)

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ। ନିର୍ବାଚନ କମିସନ୍‌ ଆଜି ଏନେଇ ଘୋଷଣା କରିଛନ୍ତି।  ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ବିଧାନସଭା‌ ନିର୍ବାଚନ ପାଇଁ ତାରିଖ ଘୋଷଣା କରି କହିଛନ୍ତି, ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ୨ ଲକ୍ଷରୁ ଅଧିକ ଯୁବଗୋଷ୍ଠୀ ଭୋଟ ଦେବେ। ମୋଟ୍‌ ୧.୫୫ କୋଟିରୁ ଅଧିକ ଭୋଟର୍‌ ଏହି ନିର୍ବାଚନରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।  ଦିଲ୍ଲୀରେ ୭୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥି ମଧ୍ୟରୁ ୧୨ଟି ଆସନ ସଂରକ୍ଷିତ।  ମୋଟ୍‌ ୧୩,୦୩୩ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ହେବ। ନିର୍ବାଚନ କମିସନ୍‌ ଘୋଷଣା କରିଥିବା କାର୍ଯ୍ୟସୂଚୀ ମୁତାବକ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।    ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁଆରି ୧୭ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଜାନୁଆରି ୨୦। ନିର୍ବାଚନ ତାରିଖ ଘୋଷଣା ସହ ଦିଲ୍ଲୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋ‌ଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ସହ ଫେବ୍ରୁଆରି ୫ ତାରିଖରେ ମଧ୍ୟ ଉତ୍ତରପ୍ରଦେଶର ମିଲ୍କିପୁର ଏବଂ ତାମିଲନାଡ଼ୁର ଇରୋଡ଼ (ପୂର୍ବ)ରେ ଉପନିର୍ବାଚନ ହେବ।  

ମିଲ୍କିପୁର, ଇରୋଡ଼(ପୂର୍ବ)ରେ ଉପନିର୍ବାଚନ

ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବାପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ଘୋ‌ଷଣା କରି ନିର୍ବାଚନ କମିସନର କହିଛନ୍ତି,  ବୟସ୍କ ଓ ଭିନ୍ନକ୍ଷମ ଲୋକମାନେ ସୁବିଧାରେ ଭୋଟ ଦେବାପାଇଁ ସମସ୍ତ ପ୍ରସ୍ତୁତି କରାଯିବ।  ୮୫ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକମାନେ ଘରୁ ଭୋଟ ଦେଇପାରିବେ।   ଚଳିତ ବିଧାନସଭା ନିର୍ବାଚନ ସମସ୍ତ ଦଳ ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଛି। ଦୁର୍ନୀତି ଅଭିଯୋଗର ସାମ୍ନା କରୁଥିବା  ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ହ୍ୟାଟ୍ରିକ୍‌ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ମଧ୍ୟ ଦିଲ୍ଲୀରେ କ୍ଷମତାକୁ ଆସିବାପାଇଁ ସବୁ ଶକ୍ତି ଲଗାଇ ଦେଇଛି।  କଂଗ୍ରେସ ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ କରିବାପାଇଁ କର ବା ମର ଲଢ଼େଇରେ ଅବତୀର୍ଣ୍ଣ ହୋଇଛି।  ଉଲ୍ଲେଖଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ଆପ୍‌ ୬୨ ଆସନରେ ବିଜୟୀ ହୋଇଥିବା ବେଳେ  ବିଜେପି ମାତ୍ର ଏକ ଅଙ୍କ ବିଶିଷ୍ଠ ସଂଖ୍ୟାରେ ସୀମିତ ଥିଲା।  ପ୍ରାୟ ୨୬ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିବାପାଇଁ ଲକ୍ଷ୍ୟ ରଖିଛି।  ଦିଲ୍ଲୀ ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe