୨୦୧୫ ଅନଧିକାର ପ୍ରବେଶ ମାମଲା : ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ ମାସ ଜେଲ୍‌ଦଣ୍ଡ

Advertisment
୨୦୧୫ ଅନଧିକାର ପ୍ରବେଶ ମାମଲା : ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ ମାସ ଜେଲ୍‌ଦଣ୍ଡ

Hindustan Times

ନୂଆଦିଲ୍ଲୀ : ୨୦୧୫ ମସିହାରେ ପୂର୍ବ ଦିଲ୍ଲୀର ଜଣେ ବିଲ୍ଡରଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରି ଚଢ଼ଉ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ୍‌ଙ୍କ ସମେତ ୬ ଜଣଙ୍କୁ ୬ ମାସ ଜେଲ୍‌ଦଣ୍ଡ ହୋଇଛି। ୨୦୧୫ ଫେବ୍ରୁଆରି ୬ ତାରିଖରେ ତଥା ଦିଲ୍ଲୀ ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ବିବେକ ବିହାରରେ ମନୀଶ ଘାଇ ନାମକ ଜଣେ ବିଲ୍ଡରଙ୍କ ବାସଭବନରେ ଗୋଏଲ୍‌ ଏବଂ ତାଙ୍କ ସମର୍ଥକମାନେ ଅନଧିକାର ପ୍ରବେଶ କରି ଚଢ଼ଉ କରିଥିଲେ। ଏହି ମାମଲାରେ ଦିଲ୍ଲୀ କୋର୍ଟ ଗତ ୧୧ ତାରିଖରେ ରାମ ନିବାସ ଗୋଏଲ୍‌, ହିତେଶ ଖାନ୍ନା, ଅତୁଲ ଗୁପ୍ତା, ବଲବୀର ସିଂହଙ୍କୁ ଆଇପିସିର ଧାରା ୪୪୮ ଅଧୀନରେ ଦୋଷୀସାବ୍ୟସ୍ତ କରିଥିଲେ। ଗୋଏଲ୍‌ଙ୍କ ପୁଅ ସୁମିତ ଗୋଏଲ୍‌ ମଧ୍ୟ ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସମସ୍ତଙ୍କୁ କୋର୍ଟ ୬ ମାସ ଲେଖାଏଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ ମଧ୍ୟ ୧୦,୦୦୦ ଟଙ୍କାର ଜାମିନ ମୁଚାଲିକାରେ ସମସ୍ତଙ୍କୁ ଜାମିନ ମଂଜୁର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe