'ଦିଲ୍ଲୀ ବଜାର' ମାଧ୍ୟମରେ ନିଜ ସାମଗ୍ରୀ ବିକ୍ରି କରିପାରିବେ ଦିଲ୍ଲୀର ବ୍ୟବସାୟୀ

Advertisment
'ଦିଲ୍ଲୀ ବଜାର' ମାଧ୍ୟମରେ ନିଜ ସାମଗ୍ରୀ ବିକ୍ରି କରିପାରିବେ ଦିଲ୍ଲୀର ବ୍ୟବସାୟୀ

Image Source-DNA INDIA

ନୂଆଦିଲ୍ଲୀ: ଡିଜିଟାଲ ଯୁଗର ବହୁଳ ପ୍ରଚଳନ ଯୋଗୁଁ ଏବେ ଅନଲାଇନ ସପିଙ୍ଗ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି | ବଜାର ଯିବା ଅପେକ୍ଷା ଘରେ ରହି ଅନଲାଇନ ସପିଙ୍ଗ କରିବାକୁ ଲୋକଙ୍କ ଆଗ୍ରହ ବଢୁଥିବାବେଳେ ବ୍ୟବସାୟୀମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେଉଛନ୍ତି | ଏହାକୁ ନଜରରେ ରଖି ଦୀପାବଳି ଅବସରରେ ଦିଲ୍ଲୀ ସରକାର ବ୍ୟବସାୟୀମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆଜି ମୁଁ ଦିଲ୍ଲୀର ଲୋକଙ୍କ ପାଇଁ ବହୁତ ଖୁସି ଖବର ଆଣିଛି। ତାଙ୍କ ସରକାର 'ଦିଲ୍ଲୀ ବଜାର' ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀର ସମସ୍ତ ବଜାର ପୋର୍ଟାଲରେ ରହିବ। ସେମାନେ ସେହି ବଜାରରେ ଥିବା ସମସ୍ତ ଦୋକାନକୁ ଅନ୍ତର୍ଭୁକ୍ତ କରିବେ |


ଦିଲ୍ଲୀ ବ୍ୟତୀତ ଦେଶ ଏବଂ ବିଶ୍ୱର ଲୋକମାନେ ଘରେ ବସି ଏହି ବଜାରରେ ସପିଂ କରିପାରିବେ। ଆମ ଦିଲ୍ଲୀର ଲୋକମାନଙ୍କର ସାମଗ୍ରୀ ସମଗ୍ର ବିଶ୍ୱରେ ବିକ୍ରି ହେବ | ଏହି ପୋର୍ଟାଲରେ ଛୋଟ ବଜାର ମଧ୍ୟ ଅନ୍ତର୍ଭୂକ୍ତ କରାଯିବ କେଜ୍ରିୱାଲ କହିଛନ୍ତି |

ସେ କହିଛନ୍ତି ଯେ ଏହି ୱେବ୍ ପୋର୍ଟାଲରେ ଡିଡିଏ ବଜାର ମଧ୍ୟ ଅନ୍ତର୍ଭୂକ୍ତ କରାଯିବ। ଏହି ପୋର୍ଟାଲରେ ଭର୍ଚୁଆଲ୍ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇପାରିବ | ଆସନ୍ତା ବର୍ଷ ଅଗଷ୍ଟ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ। ଏହାଦ୍ୱାରା ଦିଲ୍ଲୀର ଜିଡିପି ବୃଦ୍ଧି ହେବ ଏବଂ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe