ନୂଆଦିଲ୍ଲୀ: ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା । ଭୟଙ୍କର ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ମାନିଲା କେନ୍ଦ୍ର କ୍ୟାବିନେଟ୍ । ଏହା ସାଧାରଣ ହମଲା ନଥିଲା ବରଂ ଏକ ଜଘନ୍ୟ ଆତଙ୍କୀ ହମଲା ବୋଲି କହିଲା କେନ୍ଦ୍ର । ଗତ ବୁଧବାର ଦିନ ୧୦ ତାରିଖ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିରାଟ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କ୍ୟାବିନେଟ୍ ନିନ୍ଦା କରିବା ସହ ଏହାକୁ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛି । 

Advertisment

ଆତଙ୍କବାଦକୁ ବରଦାସ୍ତ କରାଯିବନି

ତେବେ ଏ ଦିଗରେ ତ୍ବରିତ ତଦନ୍ତ ପାଇଁ କେନ୍ଦ୍ର କ୍ୟାବିନେଟର ନିର୍ଦ୍ଦେଶ ଦେବା ସହ ଦୋଷୀ ଓ ସହଯୋଗୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ବିଳମ୍ବ ନକରି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ହେବ । ଆତଙ୍କବାଦକୁ ବରଦାସ୍ତ କରାଯିବନି । ଆତଙ୍କବାଦ ପ୍ରତି ଶୂନ୍ୟସହନଶୀଳତା ବୋଲି କେନ୍ଦ୍ର କହିଛି । 

ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଦିଲ୍ଲୀ ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । କ୍ୟାବିନେଟ୍ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି । ପୀଡିତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିବା ଡାକ୍ତରୀ କର୍ମଚାରୀ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି । 

ଆହୁରି ପଢନ୍ତୁ- Red Car Seized: ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ପୁଲିସକୁ ବଡ ସଫଳତା: ଜବତ ହେଲା 'ନାଲି କାର'

ବିସ୍ଫୋରଣକୁ କାପୁରୁଷର କାମ ବୋଲି କହିଛି କେନ୍ଦ୍ର କ୍ୟାବିନେଟ୍ । ସଙ୍କଟ ସମୟରେ ସାହସ ଏବଂ କରୁଣାର ସହିତ କାମ କରିଥିବା ସୁରକ୍ଷା ଏଜେନ୍ସି, କର୍ତ୍ତୃପକ୍ଷ ଏବଂ ନାଗରିକଙ୍କ ସହାୟତା ପାଇଁ କ୍ୟାବିନେଟ ପ୍ରଶଂସା କରିଛି।

ଆହୁରି ପଢନ୍ତୁ-

Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!