ବାପା ଫୋନ୍‌ ନଉଠାଇବାରୁ ମୁଁ ଭାବିଲି ବାଇକ୍‌ ଚଳାଉଥିବେ: ବିଏମ୍‌ଡବ୍ଲୁ ଦୁର୍ଘଟଣାରେ ମୃତକଙ୍କ ପୁଅ

ଦିଲ୍ଲୀର ଧୌଲା କୁଆଁ ଅଞ୍ଚଳର ରିଙ୍ଗ ରୋଡରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡ଼କ ଦୁର୍ଘଟଣା ଏକ ପରିବାରକୁ ପୂରାପୂରି ଭାବେ ଛାରଖାର କରିଦେଇଛି। 

New Project

ଧୌଲାକୁଆଁ: ଦିଲ୍ଲୀର ଧୌଲା କୁଆଁ ଅଞ୍ଚଳର ରିଙ୍ଗ ରୋଡରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡ଼କ ଦୁର୍ଘଟଣା ଏକ ପରିବାରକୁ ପୂରାପୂରି ଭାବେ ଛାରଖାର କରିଦେଇଛି। 

ଏହି ଦୁର୍ଘଟଣାରେ ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ଉପସଚିବ ନବଜୋତ ସିଂହଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ସେ ତାଙ୍କ ପତ୍ନୀଙ୍କ ସହିତ ବଙ୍ଗଳା ସାହିବ ଗୁରୁଦ୍ୱାରରୁ ହରି ନଗରସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ୨ଟା ସମୟରେ ଧୌଲା କୁଆଁ ମେଟ୍ରୋ ପିଲର ନମ୍ବର ୬୭ ନିକଟରେ ରାଜା ଗାର୍ଡେନ ଆଡକୁ ଯାଉଥିବା ସମୟରେ ତାଙ୍କ ବାଇକକୁ ଏକ ଦ୍ରୁତଗାମୀ ବିଏମ୍‌ଡବ୍ଲୁ କାର ଧକ୍କା ଦେଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଟି ଡିଭାଇଡରରେ ପିଟି ହୋଇଗଲା ଏବଂ ତା’ପରେ ବାମ ପାର୍ଶ୍ୱରେ ଯାଉଥିବା ଏକ ବସ୍ ସହିତ ଧକ୍କା ହେଲା। ନବଜୋତ ଏବଂ ତାଙ୍କ ପତ୍ନୀ ଉଭୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଜିଟିବି ନଗରର ନ୍ୟୁଲାଇଫ୍ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ନବଜୋତଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପତ୍ନୀଙ୍କ ଅବସ୍ଥା ବହୁତ ଗମ୍ଭୀର ରହିଛି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଅଭିଯୁକ୍ତ ମହିଳା, ବିଏମ୍‌ଡବ୍ଲୁ ଡ୍ରାଇଭର ଏବଂ ତାଙ୍କ ସ୍ୱାମୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନବଜୋତ ସିଂହଙ୍କ ଘରେ ଶୋକର ଛାୟା ଖେଳିଯାଇଛି।

ତେବେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନବଜୋତଙ୍କ ପୁଅ ବୟାନ ଦେଇ କହିଛନ୍ତି କି ,‘‘ମାଆ ଏବଂ ବାପା ବଙ୍ଗଳା ସାହିବ ଯାଇଥିଲେ। ମୁଁ ଫୋନ୍ କରିଥିଲି। ହେଲେ ସେ ‌ଫୋନ୍‌ ଉଠାଇଲେ ନାହିଁ। ମୁଁ ଭାବିଲି ବାପା ବାଇକ୍‌ ଚଳାଉଥିବେ। ହେଲେ ମୁଁ ଏବେ ବି ବୁଝିପାରୁନାହିଁ ଯେ କାହିଁକି କାରରେ ଥିବା ଦମ୍ପତି ମୋ ବାପାମାଙ୍କୁ ଚିକିତ୍ସା ପାଇଁ ୨୦ କିଲୋମିଟର ଦୂର ଏକ ଛୋଟ ନର୍ସିଂ ହୋମକୁ ନେଇଗଲେ। ପାଖରେ ଏତେ ହସ୍ପିଟାଲ ଅଛି, ତେଣୁ ହୁଏତ ଯଦି ସେମାନେ ତାଙ୍କୁ ସେଠାକୁ ନେଇଯାଇଥାନ୍ତେ, ତେବେ ତାଙ୍କୁ ବଞ୍ଚାଇ ଦିଆଯାଇପାରିଥାନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe