ଅନ୍ଦୋଳନରତ ଚାଷୀଙ୍କ ବୟାନ: ବର୍ଷା-ଶୀତ ସବୁ ସହିଯିବୁ, କିନ୍ତୁ ନୂତନ କୃଷି ଆଇନ ଲାଗୁ ହେବାକୁ ଦେବୁ ନାହିଁ

Advertisment
ଅନ୍ଦୋଳନରତ ଚାଷୀଙ୍କ ବୟାନ: ବର୍ଷା-ଶୀତ ସବୁ ସହିଯିବୁ, କିନ୍ତୁ ନୂତନ କୃଷି ଆଇନ ଲାଗୁ ହେବାକୁ ଦେବୁ ନାହିଁ

aajtak

ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଶୀତ ସହ ବର୍ଷା ହେବା ପରେ ଦିଲ୍ଲୀବାସୀଙ୍କୁ ଘରୁ ବାହାରିବା କଷ୍ଟ ହୋଇପଡ଼ିଛି। ଏତେ ସବୁ ପରେ ମଧ୍ୟ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀ ନିଜ ଜିଦରେ ଅଟଳ ରହିଛନ୍ତି। ନା ହରାଇପାରିଛି ବର୍ଷା, ନା ହରାଇପାରିଛି ଶୀତ। ଯେତେ ବାଧା ଆସିଲେ ମଧ୍ୟ ନୂତନ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରେ ବସିରହିବୁ ବୋଲି କହିଛନ୍ତି ଚାଷୀ।

ଲଗାଣ ବର୍ଷା ପାଇଁ ସିଙ୍ଘୁ ସୀମାରେ ବସିଥିବା ଚାଷୀ ସମ୍ପୁର୍ଣ୍ଣ ଓଦା ହୋଇଯିବା ସହ ଶୀତରେ ଥରୁଥିଲେ ମଧ୍ୟ ସେମାନେ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ବର୍ଷା-ଶୀତ ସବୁ ସହିଯିବୁ, କିନ୍ତୁ ନୂତନ କୃଷି ଆଇନ ଲାଗୁ ହେବାକୁ ଦେବୁ ନାହିଁ ବୋଲି ଆନ୍ଦୋଳନରତ ଚାଷୀ କହିଛନ୍ତି।

publive-image India TV

ଉଲ୍ଲେଖଯୋଗ୍ୟ, ଚାଷୀ ଆନ୍ଦୋଳନକୁ ୩୭ ଦିନ ବିତିଗଲାଣି। ଏ ଭିତରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଅନେକ ଥର ଦ୍ୱିପାକ୍ଷୀକ ଆଲୋଚନା ବି ହୋଇଛି । ହେଲେ ଶେଷ ଆଲୋଚନାରେ ଚାଷୀ ଓ ସରକାରଙ୍କ ମଧ୍ୟରେ ୨ ଟି ପ୍ରସ୍ତାବ ଉପରେ ସହମତି ହୋଇଛି । ହେଲେ ଚାଷୀମାନଙ୍କର ରହିଥିବା ପ୍ରମୁଖ ଦାବି ୨ ଟି ଉପରେ ଏପର୍ଯ୍ୟନ୍ତ ସହମତି ହୋଇପାରି ନାହିଁ । ଯାହାକି ଏମଏସପିକୁ ଆଇନସିଦ୍ଧ କରିବା ଓ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ ଟି କୃଷି କାନୁନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବା । ଏନେଇ ସରକାର ତାଙ୍କ ଜିଦ୍‌ରେ ଅଟଳ ଥିବା ବେଳେ କୃଷକ ମାନେ ବି ତାଙ୍କ ଜିଦରେ ଅଟଳ ରହିଛନ୍ତି । ଏନେଇ ଆସନ୍ତାକାଲି ତାରି୍ଖ ଦିନ ସରକାର ଓ ଚାଷୀ ସଂଗଠନମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe