Image Courtesy of Hindustan Times
ନୂଆଦିଲ୍ଲୀ: ସପ୍ତାହେ ପାଇଁ ଦିଲ୍ଲୀ ସୀମାନ୍ତ ସିଲ୍ କରାଯାଇଛି ଏବଂ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଆହୁରି ମଧ୍ୟ କହିଛନ୍ତି ଯେ ପାସ୍ଧାରୀମାନଙ୍କୁ ଜାତୀୟ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ମିଳିବ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି, ପରବର୍ତ୍ତୀ ସପ୍ତାହେ ପାଇଁ ଦିଲ୍ଲୀର ସବୁ ସୀମା ସିଲ୍ ହେବ। ଅତ୍ୟାବଶ୍ୟକ ସେବାଗୁଡ଼ିକ ଏହି କଟକଣାରୁ ଛାଡ଼ ପାଇବ। ନାଗରିକମାନଙ୍କ ଠାରୁ ମତାମତ ପାଇବା ପରେ ଗୋଟିଏ ସପ୍ତାହ ମଧ୍ୟରେ ସବୁ ସୀମା ଖୋଲିବାକୁ ପୁଣି ନିଷ୍ପତ୍ତି ନେବୁ।
Image Courtesy of Zee Newsଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଯେଉଁ ସବୁ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଥିଲା ସେଥି ସହ ଏବେ ବାରିକ ଦୋକାନ ଓ ସେଲୁନ୍ ଖୋଲିବ। କିନ୍ତୁ, ପାନ ଦୋକାନ ବନ୍ଦର ରହିବ। ବଜାରରେ ଦୋକାନ ଖୋଲିବା ନିମନ୍ତେ ଆମେ ଯୁଗ୍ମଅଯୁଗ୍ମ ନିୟମ ଅନୁସରଣ କରୁଥିଲୁ। କିନ୍ତୁ, କେନ୍ଦ୍ର ସରକାର ଏଭଳି କୌଣିସ ନିୟମ ଦର୍ଶାଇ ନ ଥିବାରୁ ଏବେ ସବୁ ଦୋକାନ ଖୋଲି ହେବ।
Follow Us