ଉଡ଼ାଣ ଆରମ୍ଭ କରୁଥିବା ସମୟରେ ବିମାନ ଭିତରେ ଫାଟିଲା ଫୋନ

ଉଡ଼ାଣ ଆରମ୍ଭ କରୁଥିବା ସମୟରେ ବିମାନ ଭିତରେ ଫାଟିଲା ଫୋନ

ନୂଆଦିଲ୍ଲୀ: ବିମାନ ଭିତରେ ଫାଟିଲା ଫୋନ। ବିମାନ ଉଡ଼ାଣ ଆରମ୍ଭ କରୁଥିବା ସମୟରେ ଜଣେ ଯାତ୍ରୀଙ୍କ ମୋବାଇଲ୍ ଫୋନ୍ ଫାଟିଯିବାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ ଅବତରଣ କରିଛି। ଫୋନ ଫାଟିବା ପରେ ବିମାନରେ ଧୂଆଁ ଦେଖାଯିବାରୁ ପାଇଲଟ୍ ବିମାନ ଅବତରଣ କରାଇଥିବା କୁହାଯାଉଛି। ତେବେ ଅବତରଣ ପରେ ସମସ୍ୟାର ଯାଞ୍ଚ କରାଯାଇ ଏହାର ସମାଧାନ କରାଯିବାରୁ ବିମାନଟି ଘଣ୍ଟାଏ ପରେ ଉଦୟପୁରରୁ ଉଡ଼ାଣ କରିଥିବା ଜଣାଯାଇଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ବିମାନ ଉଡ଼ାଣ କରିବାର କିଛି ସମୟରେ ପୁଣି ଥରେ ଅବତରଣ କରିଛି। ଗତ ମାସ ଜୁନ୍ ୨୧ରେ ଇଣ୍ଡିଗୋ ବିମାନ-୬ଇ୨୧୩୪ ଦିଲ୍ଲୀରୁ ଉତ୍ତରାଖଣ୍ଡର ଡେରାଡୁନ୍ ଅଭିମୁଖେ ଯାତ୍ରା କରିଥିଲା। ହେଲେ ଉଡ଼ାଣର କିଛି ସମୟ ପରେ ବିମାନଟି ପୁଣି ଥରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। ଅବତରଣ ପରେ ଇଣ୍ଡିଗୋ ପକ୍ଷରୁ କୁହାଯାଇଥିଲା ଯେ, କିଛି ବୈଷୟିକ ତ୍ରୁଟି ହେତୁ ବିମାନଟି ‘ଚେତାବନୀ ସଙ୍କେତ’ ଦେବାରୁ ବିମାନର ପ୍ରାଥମିକ ଅବତରଣ କରାଇଥିଲେ ପାଇଲଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe