ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫର ଉଦ୍ୟମ ଜାରି

ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫର ଉଦ୍ୟମ ଜାରି

aajtak

ନୂଆଦିଲ୍ଲୀ: ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଥିବା ଏକ କୋଠା ଭୁଶୁଡି ପଡିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଶିକାର ହୋଇଛନ୍ତି ୭ଜଣ ଶ୍ରମିକ। କୋଠା ଭୁଶୁଡ଼ିବା ସମୟରେ ୭ଜଣ ଶ୍ରମିକ କୋଠା ଭିତରେ ଥବାରୁ ସେମାନେ କୋଠାର ଭଗ୍ନାଂଶ ତଳେ ଚାପି ହୋଇଯାଇଥିବା କୁହାଯାଉଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏନଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

କୋଠାର ଭଗ୍ନାଂଶ ତଳେ ପୋତି ହୋଇଥିବା ସମସ୍ତ ଶ୍ରମିକ ବିହାରର ଅରିଆର ବାସିନ୍ଦା ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗ ତୁରନ୍ତ ଚାରିଟି ଗାଡ଼ିକୁ ଘଟଣାସ୍ଥଳକୁ ପଠାଇଛି। ଏହା ସହ ଏନଡିଅରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଅରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି କଟର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଚାରିଜଣ ଶ୍ରମିକଙ୍କୁ କୋଠାର ଭଗ୍ନାଂଶ ଭିତରୁ ଉଦ୍ଧାର କରାଯାଇଥିବା ବେଳେ ଜେସିବି ଲଗାଇ କୋଠାର ଭଗ୍ନାଂଶ କଢ଼ାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe