ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ଗୁଳିମାଡ଼‌ରେ ବ୍ୟବସାୟୀ ମୃତ

Advertisment

ଶନିବାର ପୂର୍ବାହ୍ନରେ ଉତ୍ତର-ପୂର୍ବ ଦିଲ୍ଲୀର ଶାହଦରାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି।

ଶନିବାର ପୂର୍ବାହ୍ନରେ ଉତ୍ତର-ପୂର୍ବ ଦିଲ୍ଲୀର ଶାହଦରାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି।

morning walk

ନୂଆଦିଲ୍ଲୀ: ଶନିବାର ପୂର୍ବାହ୍ନରେ ଉତ୍ତର-ପୂର୍ବ ଦିଲ୍ଲୀର ଶାହଦରାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି।

ଏହି ଘଟଣାର ତଦନ୍ତ କରି ପୁଲିସ୍‌ କହିଛି ଯେ ସେ ସ୍କୁଟରରେ ଘରକୁ ଫେରୁଥିବା ବେଳେ ଯମୁନା ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ସୁନୀଲ ଜୈନଙ୍କ ଉପରେ ୭-୮ ରାଉଣ୍ଡ୍‌ ଗୁଳି ଚଳାଯାଇଥିଲା। ୫୨ ବର୍ଷୀୟ ସୁନୀଲ ଜୈନ୍‌ ହେଉଛନ୍ତି ବୃତ୍ତିରେ ଜଣେ ବାସନ ବ୍ୟବସାୟୀ।

ଫାର୍ସ ବଜାର ପୁଲିସ ଷ୍ଟେସନର ଏକ ଟିମ୍ ପିସିଆର୍‌ କଲ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଡାକ୍ତରଖାନା ନିଆଯିବା ବେଳେ ୫୨ ବର୍ଷୀୟ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଆକ୍ରମଣକାରୀଙ୍କୁ ଧରିବା ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଉକ୍ତ ଅଞ୍ଚଳରେ ସ୍ଥାପିତ ସିସିଟିଭି କ୍ୟାମେରା ଉପରେ ଦୃଷ୍ଟି ରଖିଛି। ଜୈନଙ୍କ ପରିବାର କହିଛନ୍ତି ଯେ ତାଙ୍କ ସହ କାହାରି ଶତ୍ରୁତା ନାହିଁ କିମ୍ବା କୌଣସି ଧମକ  ମଧ୍ୟ କାହାଠାରୁ ପାଇନାହାନ୍ତି।

ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆପ୍‌ ସରକାର ତତ୍ପର ହୋଇଥିଲେ। ଦିଲ୍ଲୀ ପୁଲିସ ଗୃହ ମନ୍ତ୍ରଣାଳୟର ଅଧୀନରେ ଅଛି। ମନ୍ତ୍ରୀ ସୌରଭ ଭରଦ୍ୱାଜ ଦିଲ୍ଲୀକୁ ଭାରତର ଅପରାଧ ରାଜଧାନୀ ବୋଲି କହିଥିବା ବେଳେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଜଙ୍ଗଲ ରାଜ ପାଇଁ ଦାୟୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe