ତୃତୀୟ ପାଳିରେ ବିଭାଗ ବିହୀନ ମୁଖ୍ୟମନ୍ତ୍ରୀ ଭାବେ ରହି ନିଜ ଦାୟିତ୍ୱ ନିର୍ବାହ କରିବେ କେଜ୍ରିଓ୍ଵାଲ

Advertisment
ତୃତୀୟ ପାଳିରେ ବିଭାଗ ବିହୀନ ମୁଖ୍ୟମନ୍ତ୍ରୀ ଭାବେ ରହି ନିଜ ଦାୟିତ୍ୱ ନିର୍ବାହ କରିବେ କେଜ୍ରିଓ୍ଵାଲ

Zee News

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ରବିବାର ଦିନ ଶପଥ ଗ୍ରହଣ କରିବା ପରେ ଆଜି ତାଙ୍କ କ୍ୟାବିନେଟର ସହଯୋଗୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ତେବେ, କେଜ୍ରିଓ୍ଵାଲଙ୍କ ତୃତୀୟ ପାଳିରେ ଏଥର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଉଲ୍ଲେଖନୀୟ ବିଷୟ ହେଲା ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିଓ୍ଵାଲ ତାଙ୍କ ନିଜ ଅଧୀନରେ କୌଣସିଟି ଗୋଟିଏ ହେଲେ ବିଭାଗକୁ ରଖିନାହାନ୍ତି। ତୃତୀୟ ପାଳିରେ ନିଜକୁ ବିଭାଗ ବିହୀନ ମୁଖ୍ୟମନ୍ତ୍ରୀ କରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ଗତ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ତାଙ୍କ ନିକଟରେ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଜଳ ବୋର୍ଡ (ଡିଜେବି)କୁ ରଖିଥିଲେ। କିନ୍ତୁ, ଏଥରକ ଦିଲ୍ଲୀ ଜଳ ବୋର୍ଡର ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କୁୁ। ପରିବେଶ ବିଭାଗର ମନ୍ତ୍ରୀ ଭାବେ ଗୋପାଳ ରାଏଙ୍କୁ ନିଯୁକ୍ତି ମିଳିଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି ରାଜେନ୍ଦ୍ର ପାଲ ଗୌତମଙ୍କୁ। ଅନ୍ୟପକ୍ଷରେ ଆପ୍‌ ସୁପ୍ରିମୋ କେଜ୍ରିଓ୍ଵାଲଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ମନୀଷ ଶିଶୋଦିଆ, ଇମ୍ରାନ୍‌ ହୁସେନ୍‌ ଓ କୈଳାଶ ଘେଲୋଟ ମନ୍ତ୍ରୀ ଭାବେ ଶପଥ ନେବା ଦିଲ୍ଲୀ ସଚିବାଳୟରେ ମନ୍ତ୍ରୀ ଭାବେ ଯୋଗ ଦେଇଥିଲେ ମଧ୍ୟ ସେମାନଙ୍କୁ ଏ ଯାବତ୍‌ ବିଭାଗ ବଣ୍ଟନ କରାଯାଇ ନାହିଁ।

publive-image Hindustan Times

ତେବେ, ଆଜି ଅନୁଷ୍ଠିତ ହୋଇ ଯାଇଥିବା ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ନିର୍ବାଚନ ପୂର୍ବରୁ ଦିଲ୍ଲୀବାସୀଙ୍କୁ ଦଳ ପକ୍ଷରୁ ଯେଉଁ ଗ୍ୟାରେଣ୍ଟି କାର୍ଡର ପ୍ରତିଶ୍ରୁତି ଦିଆ ଯାଇଥିଲା, ତାହାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe