ନୂଆଦିଲ୍ଲୀ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ଜୀବନ ହାରିଲେ ସ୍ବାମୀ। ବ୍ୟବସାୟରେ ଭାଗବଣ୍ଟାକୁ ନେଇ ଦୁହେଁ ଝଗଡ଼ା କରିଥବା ବେଳେ ମୃତକ ରାଗରେ ଏଭଳି କରିଥିବା ଜଣାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ୪୦ବର୍ଷୀୟ ପୁନିତ ଖୁରାନାଙ୍କ ମୃତଦେହ ମିଳିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୁଲିସ ।
ସୂଚନା ଅନୁସାରେ, ଦିଲ୍ଲୀର ଏକ ପ୍ରସିଦ୍ଧ କାଫେର ପ୍ରତିଷ୍ଠାତା ଥିଲେ ପୁନିତ ଖୁରାନା ଓ ତାଙ୍କ ପତ୍ନୀ ମନିକା ଜଗଦୀଶ ପାହୱା। ମଡେଲ ଟାଉନର କଲ୍ୟାଣ ବିହାର ଅଞ୍ଚଳରେ ପୁନିତ ଖୁରାନା ରହୁଥିବା ବେଳେ ଶୋଇବା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମନିକା ଓ ପୁନିତ ୨୦୧୬ରେ ବିବାହ କରିଥିଲେ। ଏହା ପରେ ଦୁହେଁ ମିଶି ଏକ କାଫେ ଆରମ୍ଭ କରିଥିଲେ। ହେଲେ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢ଼ିଥିଲା। ଏନେଇ ଛାଡ଼ପତ୍ର ଯାଏ କଥା ପହଞ୍ଚିଥିଲା। ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ପୁନିତଙ୍କୁ କାଫେରେ ଖର୍ଚ୍ଚ କରିଥିବା ଟଙ୍କା ମାଗୁଥିଲେ ମନିକା। ମଙ୍ଗଳବାର ଦିନ ମଧ୍ୟ ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ପରେ ପୁନିତ ଜୀବନ ହାରିଥିବା କୁହାଯାଉଛି।
କଲ୍ ରେକର୍ଡ ମିଳିବା ପରେ ପଚରାଉଚରା ପାଇଁ ମନିକାଙ୍କୁ ଡକାଇଛି ପୁଲିସ।
Follow Us