ଦିଲ୍ଲୀବାସୀ ଗୃହବନ୍ଦୀ! ବାୟୁ ପ୍ରଦୂଷଣର ମାତ୍ରା ପହଞ୍ଚିଲା ବିପଦଜନକ ସ୍ତରରେ; ନିଃଶ୍ୱାସ ନେବା ବି କ୍ଷତିକାରକ

Advertisment
ଦିଲ୍ଲୀବାସୀ ଗୃହବନ୍ଦୀ! ବାୟୁ ପ୍ରଦୂଷଣର ମାତ୍ରା ପହଞ୍ଚିଲା ବିପଦଜନକ ସ୍ତରରେ; ନିଃଶ୍ୱାସ ନେବା ବି କ୍ଷତିକାରକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ବିଗତ କିଛି ଦିନ ଧରି ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ ଆଜି ଗମ୍ଭୀର ରୂପ ଧାରଣ କରିଛି। ଦୀପାବଳି ପାଇଁ ଆହୁରି ଦୁଇଦିନ ବାକି ରହିଥିବା ବେଳେ ଧୂଳି ଓ ଧୂଆଁର ଘନ ଚାଦାର ତଳେ ରାଜଧାନୀ ବାସୀଙ୍କ ଜନଜୀବନ ଆଜି ସଂପୂର୍ଣ୍ଣ ରୂପେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନା ନିଃଶ୍ୱାସ ନେଇ ପାରୁଛନ୍ତି ନା ଆଖିଖୋଲି ଦେଖି ପାରୁଛନ୍ତି ଦିଲ୍ଲୀବାସୀ। ସମଗ୍ର ରାଜଧାନୀ ନୂଆଦିଲ୍ଲୀ ଏକ ଗ୍ୟାସ ଚ୍ୟାମ୍ବରରେ ପରିଣତ ହେବା ସହ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।


ବାୟୁରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ସାଂଘାତିକ ସ୍ତର ଛଇଁବାରେ ଲାଗିଥିବା ବେଳେ ଆଜି ରାଜଧାନୀର ଅନେକ ସ୍ଥାନରେ ବାୟୁ ପ୍ରଦୂଷଣ ବିପଦସ୍ତରରେ ପହଞ୍ଚି ଯାଇଛି। ସ୍ଥିତି ଏପରି ଭୟାନକ ଓ ବିପଦଜନକ ହୋଇଛି ଯେ ନିଃଶ୍ୱାସରେ ଦିଲ୍ଲୀ ବାୟୁ ଗ୍ରହଣ କରିବା ଦିନକୁ ୨୦ଟି ସିଗାରେଟ୍‌ ଟାଣିବା ସହ ସମାନ ହୋଇପଡ଼ିଛି। ଏପରିସ୍ଥିତରେ ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଡାକ୍ତରଖାନୀରେ ଦିନକୁ ଦିନ ବଢିବାରେ ଲାଗିଛି। ଧୂଳି ଏବଂ ଧୂଆଁର ଚାଦର ଘୋଡ଼େଇ ହୋଇ ରହିଥିବା ଦିଲ୍ଲୀରେ ଲୋକମାନଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି। ଏପରିସ୍ଥିତିରେ ଅନେକ ଦିଲ୍ଲୀବାସୀ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ପଳାଇ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି।


ଦିଲ୍ଲୀର ପ୍ରଦୂଷିତ ବାୟୁରେ କେବଳ ପିଏମ୍‌ କଣିକା ନୁହେଁ, ପବନରେ ବିଷାକ୍ତ ବେନଜିନ୍‌ ଏବଂ ନାଇଟ୍ରୋଜେନ୍‌ ଡାଏଅକ୍ସାଇଡ୍‌ ଭଳି ଗ୍ୟାସର ମାତ୍ରା ମଧ୍ୟ ବିପଦଜନକ ଭାବେ ବଢୁଛି। ଅନ୍ୟପଟେ ଶୀତ ଦିନ ଆରମ୍ଭ ହୋଇଯାଇଥିବାରୁ ସକାଳୁ ପଡ଼ୁଥିବା କୁହୁଡ଼ି ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଏବେ ଠାରୁ ଅବସ୍ଥା ଏପରି ଥିବାବେଳେ ଆଗକୁ ଦିପାବଳୀ ଥିବାରୁ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ିବା ଆଶଙ୍କା କରା ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe