ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ‘ମଙ୍କିପକ୍ସ୍‌’ ଆକ୍ରାନ୍ତଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ

Advertisment
ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ‘ମଙ୍କିପକ୍ସ୍‌’ ଆକ୍ରାନ୍ତଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ

deccanherald

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ମଙ୍କିପକ୍ସର ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ବିଦେଶ ଯାତ୍ରା ନ କରି ମଧ୍ୟ ଦିଲ୍ଲୀର ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏପର୍ଯ୍ୟନ୍ତ ୪ଜଣ ଭାରତରେ ପଙ୍କିପକ୍ସ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ପଙ୍କିପକ୍ସ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ପାଇଁ ଏକ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ ପ୍ରତିଷ୍ଠା କରିଛନ୍ତି।

ଲୋକଙ୍କୁ ଭୟଭୀତ ନହେବାକୁ କହି କେଜ୍ରିୱାଲ ଟ୍ବିଟ କରିଛନ୍ତି ଯେ, ବିଦେଶ ଯାତ୍ରା ନ କରି ମଙ୍କିପକ୍ସ ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ସୁସ୍ଥ ଅଛନ୍ତି। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଆମେ ଏଲଏନଜେପିରେ ଏକ ଅସ୍ବତନ୍ତ୍ର ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରିଛୁ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ‘ମଙ୍କିପକ୍ସ’ ଭୂତାଣୁଦ୍ବାରା ଆକ୍ରାନ୍ତ ବ୍ୟକ୍ତିଜଣକ ହିମାଚଳ ପ୍ରଦେଶର ମନାଲିରେ କେବଳ ପୁରୁଷମାନେ ଯୋଗ ଦେଉଥିବା ଏକ ବିବାହ ପାର୍ଟିରେ ଯୋଗ ଦେଇଥିଲେ। ଜ୍ବର ଏବଂ ଦେହରେ ଘା’ ହେବାରୁ ୩ ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରୀକ୍ଷା ନିମନ୍ତେ ତାଙ୍କର ନମୁନା ଶନିବାର ଦିନ ପୁଣେସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’କୁ ପଠାଯାଇଥିଲା। ସେ ମଙ୍କିପକ୍ସ୍‌ ଭୂତାଣୁଦ୍ବାରା ଆକ୍ରାନ୍ତ ବୋଲି ରିପୋର୍ଟ ପଜିଟିଭ୍‌ ଆସିବା ପରେ ଜଣାପଡ଼ିଛି। ଶନିବାର ଦିନ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ‘ମଙ୍କିପକ୍ସ’କୁ ବୈଶ୍ବିକ ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଘୋଷଣା କରିବା ସହ ଏହା ଆନ୍ତର୍ଜାତିକ ଉଦ୍‌ବିଗ୍ନତାର କାରଣ ବୋଲି କହିଛନ୍ତି। ବିଶ୍ବବ୍ୟାପୀ ୭୫ଟି ଦେଶରୁ ଏଯାବତ୍‌ ୧୬,୦୦୦ରୁ ଅଧିକ ‘ମଙ୍କିପକ୍ସ’ ମାମଲା ରିପୋର୍ଟ ହୋଇଛି। ଏଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe