ରୋହିଙ୍ଗ୍ୟା ପ୍ରସଙ୍ଗରେ ଦିଲ୍ଲୀ-କେନ୍ଦ୍ର ମୁହାଁମୁହିଁ; ଦିଲ୍ଲୀକୁ ଅନ୍ଧାରରେ ରଖାଯାଇଛି: ମନୀଷ ସିସୋଦିଆ

Advertisment
ରୋହିଙ୍ଗ୍ୟା ପ୍ରସଙ୍ଗରେ ଦିଲ୍ଲୀ-କେନ୍ଦ୍ର ମୁହାଁମୁହିଁ; ଦିଲ୍ଲୀକୁ ଅନ୍ଧାରରେ ରଖାଯାଇଛି: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସ୍‌ଲିମ ଶରଣାର୍ଥୀ ପ୍ରସଙ୍ଗରେ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ରୋହିଙ୍ଗ୍ୟାଙ୍କୁ ଦିଲ୍ଲୀରେ ଫ୍ଲାଟ୍‌ ମିଳିବା ସଂକ୍ରାନ୍ତରେ ଗତକାଲି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଟ୍ବିଟ୍‌କୁ ନେଇ ବିବାଦ ଘନେଇଛି। ଏହି ପ୍ରସଙ୍ଗରେ ଆଜି ଦିଲ୍ଲୀ ସରକାରକୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଡ଼ା ସମାଲୋଚନା କରିଛନ୍ତି। ଆପ୍‌ (ଆମ୍‌ ଆଦ୍‌ମୀ ପାର୍ଟି) ଉପରେ ବର୍ଷି ଅନୁରାଗ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଭୋଟ୍‌ ବ୍ୟାଙ୍କ ରାଜନୀତି ପାଇଁ ଜାତୀୟ ସୁରକ୍ଷାରେ ସାଲିସ କରିବାକୁ ପଛାଉନାହାନ୍ତି। ଆପ୍‌ ସରକାର ଭୋଟ୍‌ ବ୍ୟାଙ୍କ ରାଜନୀତି ପାଇଁ ଜାତୀୟ ସୁରକ୍ଷା ସହ ବି ସାଲିସ କରିବାକୁ ପ୍ରସ୍ତୁତ ଅଛି। ତେବେ ଜାତୀୟ ସୁରକ୍ଷା ଆମପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଏବଂ ଆମେମାନେ ପୂର୍ବରୁ କହିଛୁ ଯେ ବେଆଇନ ଶରଣାର୍ଥୀଙ୍କୁ ଏଠାରେ ଆଶ୍ରୟ ମିଳିବନାହିଁ। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ବେଆଇନ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପ୍ରତ୍ୟର୍ପଣ ପାଇଁ ସେମାନଙ୍କ ରାଷ୍ଟ୍ର ସହ କଥାବାର୍ତ୍ତା ଜାରି ରହିଛି। କିନ୍ତୁ ଦିଲ୍ଲୀରେ ରହୁଥିବା ରୋହିଙ୍ଗ୍ୟାଙ୍କୁ ମାଗଣା ପାଣି, ବିଦ୍ୟୁତ ଏବଂ ରାସନ୍‌ ଦିଆଯାଉଛି। ଏବେ ଦିଲ୍ଲୀ ସରକାରଙ୍କ ଦ୍ବାରା ସେମାନଙ୍କୁ ଫ୍ଲାଟ୍‌ ଦେବାପାଇଁ ଯୋଜନା ହୋଇଛି। ଠାକୁର କହିଛନ୍ତି, ସେମାନେ ପୁଣିଥରେ ମିଛ କହୁଛନ୍ତି। ମୁଖ୍ୟମନ୍ତ୍ରୀ ‌କେଜ୍ରିୱାଲ କାହିଁକି ଅଟକ କେନ୍ଦ୍ର ପ୍ରସ୍ତୁତ କରିପାରିନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଉକ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସ୍ପ‌ଷ୍ଟ କରି ଠାକୁର କହିଛନ୍ତି, ରୋହିଙ୍ଗ୍ୟା ବେଆଇନ ଶରଣାର୍ଥୀଙ୍କୁ ଭାରତର ନାଗରିକ ବିବେଚନା କରାଯାଉ ନାହିଁ। ସେମାନଙ୍କୁ ସେମାନଙ୍କ ରାଷ୍ଟ୍ରକୁ ପ୍ରତ୍ୟର୍ପଣ କରାଯିବ। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏନେଇ କଥାବାର୍ତ୍ତା ଜାରି ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସିସୋଦିଆ କହିଛନ୍ତି, କେନ୍ଦ୍ର ସରକାର ରୋହିଙ୍ଗ୍ୟାଙ୍କୁ ଦିଲ୍ଲୀର ବକ୍କରୱାଲାରେ ସ୍ଥାୟୀ ବସତି ଦେବାପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରି ସାରିଛନ୍ତି। କେନ୍ଦ୍ର ସରକାର ଏହି ମାମଲାରେ ୟୁ-ଟର୍ନ ନେଇ ଓଲଟା ଦିଲ୍ଲୀ ସରକାରଙ୍କୁ ଦାୟୀ କରୁଛନ୍ତି ବୋଲି ସେ କହିଛନ୍ତି। ସିସୋ‌ଦିଆ କହିଛନ୍ତି, ରୋହିଙ୍ଗ୍ୟା ପ୍ରସଙ୍ଗରେ କେନ୍ଦ୍ର ସରକାର ଦିଲ୍ଲୀକୁ ଅନ୍ଧାରରେ ରଖି ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe