ନୂଆଦିଲ୍ଲୀ: ଦିଲ୍ଲୀରୁ ଚିକାଗୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମା ଥିବା ଖବର ମିଳିବା ପରେ ଏହାକୁ କାନାଡାର ଇକାଲୁଇଟ୍ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ମଙ୍ଗଳବାର ଏହି ଘଟଣା ଘଟିଥିବା ବେଳେ ତଦନ୍ତ ପରେ ଏହି ବୋମା ଖବର ଏକ ଗୁଜବ ବୋଲି ଜଣାପଡ଼ିଥିଲା।
ଏହି ଘଟଣାକୁ ସ୍ବୀକାର କରି ଏୟାର ଇଣ୍ଡିଆର ଜଣେ କର୍ମଚାରୀ କହିଛନ୍ତି ଯେ ଚିକାଗୋ ଏୟାରଇଣ୍ଡିଆ ଏଆଇ୧୨୭ ବିମାନରେ ବୋମା ଥିବା ଖବର ମିଳିବା ପରେ ଏସଓପିକୁ ଅନୁସରଣ କରି କାନାଡାରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ।
ଏୟାର ଇଣ୍ଡିଆ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ବିଗତ କିଛି ଦିନ ହେଲା ବିଭିନ୍ନ ବିମାନରେ ବୋମା ଥିବା ଖବର ଆସୁଛି ଓ ଏସବୁ ଖବର ମୁଖ୍ୟତଃ ମିଥ୍ୟା ପ୍ରମାଣିତ ହେଉଛି । ଏହା ସତ୍ତ୍ବେ ଏକ ଦାୟିତ୍ବବାନ କମ୍ପାନିଭାବେ ବିମାନର ସୁରକ୍ଷା ଯାଞ୍ଚ କରାଯାଉଛି ।
ଏହା ପୂର୍ବରୁ ଜୟପୁରରୁ ବାଙ୍ଗାଲୋର ଯାଉଥିବା ଏୟାର ଇଣ୍ଡିଆର ଅନ୍ୟ ଏକ ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା। ଅଯୋଧ୍ୟା ବିମାନ ବନ୍ଦର ନିର୍ଦ୍ଦେଶକ ବିନୋଦ କୁମାର କହିଛନ୍ତି, ଏହି ସୂଚନା ମିଳିବା ପରେ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ତାଲିମପ୍ରାପ୍ତ କୁକୁରଙ୍କ ସହ ବିମାନ ଓ ଯାତ୍ରୀଙ୍କ ଜିନିଷପତ୍ର ଯାଞ୍ଚ କରୁଛନ୍ତି। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏୟାରଲାଇନ୍ସର ଗ୍ରାଉଣ୍ଡ ଷ୍ଟାଫଙ୍କୁ ବୋମା ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା। ଷ୍ଟାଣ୍ଡାର୍ଡ ପ୍ରୋସିଜର ଅନୁସରଣ କରି ଆମେ ତୁରନ୍ତ ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲୁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us